ଉତର ପ୍ରଦେଶର ମୀରଜାପୁରରେ ଟ୍ରେନ ଧକ୍କାରେ 6 ମହିଳାଙ୍କ ସମେତ 8ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଅନେକ ଆହତ
ମୀରଜାପୁର, 5 ନଭେମ୍ବର (ହି.ସ.) - ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ବୁଧବାର ସକାଳେ ଚୁନାର ରେଲୱେ ଷ୍ଟେସନ୍‌ରେ ଭୟାବହ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ନେତାଜୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ 8 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ 6 ଜଣ ମହିଳା
ଉତର ପ୍ରଦେଶର ମୀରଜାପୁରରେ     ଟ୍ରେନ ଧକ୍କାରେ 6 ମହିଳାଙ୍କ ସମେତ 8ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଅନେକ ଆହତ


ମୀରଜାପୁର, 5 ନଭେମ୍ବର (ହି.ସ.)

- ଉତ୍ତର

ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ବୁଧବାର ସକାଳେ ଚୁନାର ରେଲୱେ ଷ୍ଟେସନ୍‌ରେ ଭୟାବହ ଟ୍ରେନ୍‌

ଦୁର୍ଘଟଣା ଘଟିଛି। ନେତାଜୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ 8 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ହୋଇଛି,

ଯେଉଁଥିରେ 6 ଜଣ ମହିଳା ଅଛନ୍ତି। ଦୁର୍ଘଟଣାରେ ଅନେକ ଲୋକ ଗୁରୁତର

ଭାବରେ ଆହତ ହୋଇଛନ୍ତି ଓ ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ସକାଳ ପ୍ରାୟ 9:30

ରେ ଚୁନାର ରେଲୱେ ଷ୍ଟେସନ୍‌ର ପ୍ଲାଟଫର୍ମ ନମ୍ବର 3 ରେ ଘଟିଥିଲା। ଖବର ଅନୁସାରେ, ଚୋପନ୍‌ରୁ ଆସିଥିବା ପାସେଞ୍ଜର ଟ୍ରେନ୍‌ ଷ୍ଟେସନ୍‌ରେ ପହଞ୍ଚିବା ପରେ

କାର୍ତ୍ତିକ ପୂର୍ଣ୍ଣିମା ପର୍ବ ହେତୁ ଭିଡ଼ ବେଶି ଥିଲା। ଏହି କାରଣରୁ କିଛି ଶ୍ରଦ୍ଧାଳୁ

ପ୍ଲାଟଫର୍ମ ଦିଗରୁ ନଓହ୍ଲାଇ ଅନ୍ୟ ପାର୍ଶ୍ୱରେ ଟ୍ରାକ୍‌ ମାଧ୍ୟମରେ ତଳକୁ ଓହ୍ଲାଇବାକୁ ଲାଗିଥିଲେ।

ସେତିକିବେଳେ ତୀବ୍ର ଗତିରେ ଆସୁଥିବା ନେତାଜୀ ଏକ୍ସପ୍ରେସ୍‌ ସେହି ଟ୍ରାକ୍‌ ଦେଇ ଯାଇଥିଲା ଓ

ଶ୍ରଦ୍ଧାଳୁମାନେ କିଛି ବୁଝିବା ପୂର୍ବରୁ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳ

ଦେଖି ହୃଦୟ ବିଦାରକ ଦୃଶ୍ୟ ଥିଲା। ରେଳ ଟ୍ରାକ୍‌ ଉପରେ ସବୁଦିଗରେ ଶବ ପଡ଼ିଥିଲା। ପୋଲିସ ମୃତଦେହଗୁଡିକୁ

ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଆହତ ଯାତ୍ରୀମାନଙ୍କୁ ତତକ୍ଷଣାତ୍‌ ଜିଲ୍ଲା ହସ୍ପିଟାଲ

ଓ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ମଧ୍ୟରୁ ଅଧିକାଂଶ କାର୍ତ୍ତିକ

ପୂର୍ଣ୍ଣିମା ସ୍ନାନ ପାଇଁ ଗଙ୍ଗାଘାଟ ଯାଉଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande