ଭାରତ-ଚୀନ୍ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କରେ ସକରାତ୍ମକ ପ୍ରଗତି ଉପରେ ସହମତି
ନୂଆଦିଲ୍ଲୀ, ୧୩ ଡିସେମ୍ବର(ହି.ସ.) – ଭାରତ ଏବଂ ଚୀନ୍ ମଧ୍ୟରେ ବିଦେଶ ମନ୍ତ୍ରାଳୟ ସ୍ତରର ପରାମର୍ଶ ବୈଠକକୁ ଚୀନୀ ଦୂତାବାସ ସମୟୋଚିତ ଏବଂ ଫଳଦାୟୀ କହିଛନ୍ତି। ବିଦେଶ ମନ୍ତ୍ରାଳୟରେ ସଂଯୁକ୍ତ ସଚିବ(ପୂର୍ବ ଏସିୟା) ସୁଜୀତ ଘୋଷ ଏବଂ ଚୀନୀ ବିଦେଶ ମନ୍ତ୍ରାଳୟର ଏସିୟା ମାମଲାର ବିଭାଗର ମହାନିର୍ଦ୍ଦେଶକ ଲ
ଭାରତ-ଚୀନ୍ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କରେ ସକରାତ୍ମକ ପ୍ରଗତି ଉପରେ ସହମତି


ନୂଆଦିଲ୍ଲୀ, ୧୩ ଡିସେମ୍ବର(ହି.ସ.) – ଭାରତ ଏବଂ ଚୀନ୍ ମଧ୍ୟରେ ବିଦେଶ ମନ୍ତ୍ରାଳୟ ସ୍ତରର ପରାମର୍ଶ ବୈଠକକୁ ଚୀନୀ ଦୂତାବାସ ସମୟୋଚିତ ଏବଂ ଫଳଦାୟୀ କହିଛନ୍ତି।

ବିଦେଶ ମନ୍ତ୍ରାଳୟରେ ସଂଯୁକ୍ତ ସଚିବ(ପୂର୍ବ ଏସିୟା) ସୁଜୀତ ଘୋଷ ଏବଂ ଚୀନୀ ବିଦେଶ ମନ୍ତ୍ରାଳୟର ଏସିୟା ମାମଲାର ବିଭାଗର ମହାନିର୍ଦ୍ଦେଶକ ଲିୟୁ ଜିନସୋଂଗ ମଧ୍ୟରେ ବିଜିଂଗରେ ଦିପକ୍ଷୀୟ ସମ୍ବନ୍ଧର ପ୍ରଗତିକୁ ନେଇ କଥାବାର୍ତା ହୋଇଛି।

ଭାରତରେ ଚୀନୀ ଦୂତାବାସର ପ୍ରବକ୍ତା ୟୁ ଜିଂଗ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ ଦୁଇ ଦେଶର ବିଦେଶ ମନ୍ତ୍ରାଳୟର ଅଧିକାରୀଙ୍କ ମଧ୍ୟରେ ପରାମର୍ଶର ଏହି ନୂଆ ଦିଗ ସକାରାତ୍ମକ ମାହୋଲରେ ଆୟୋଜିତ କରାଯାଇଛି। ସେ କହିଛନ୍ତି ଯେ ବୈଠକରେ ଦ୍ୱିପକ୍ଷୀୟ ସମ୍ବନ୍ଧରେ ହୋଇଥିବା ସକାରାତ୍ମକ ଗତି ଉପରେ ଚର୍ଚ୍ଚା ହୋଇଛି।

ୟୁ ଜିଂଗଙ୍କ ଅନୁଯାୟୀ, ଦୁଇ ପକ୍ଷ ରାଷ୍ଟ୍ରପତି ଶି ଜିନପିଂଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ତୟାନଜିନରେ ହୋଇଥିବା ବୈଠକରେ ହୋଇଥିବା ମହତ୍ୱପୂର୍ଣ୍ଣ ସହମତିକୁ ଲାଗୁ କରିବାକୁ ପ୍ରତିବଦ୍ଧତା ଦୋହରାଯାଇଛି। ଏହାସହିତ ଦ୍ୱିପକ୍ଷୀୟ ଆଦାନ-ପ୍ରଦାନକୁ ଆଗକୁ ବଢ଼ାଇବା, ସଂସ୍ଥାଗତ ସମ୍ବାଦକୁ ବହାଲ କରିବା, ମତଭେଦର ଉଚିତ୍ ପ୍ରବନ୍ଧନ କରିବା ତଥା ବହୁପକ୍ଷୀୟ ଏବଂ କ୍ଷେତ୍ରୀୟ ମାମଲାରେ ସମନ୍ୱୟ ମଜଭୁତ କରିବା ଉପରେ ସହମତି ବ୍ୟକ୍ତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande