ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ଡିଜିପ ମାନିଲା ପୋଲିସ୍‌ର ଭୁଲ୍‌, ମୁଖ୍ୟ ଆୟୋଜକ ଗିରଫ
କୋଲକାତା, ୧୩ ଡିସେମ୍ବର(ହି.ସ.) – କୋଲକାତାର ସଲ୍‌ଟଲେକ୍ ସ୍ଥିତ ଯୁବଭାରତୀ ଷ୍ଟାଡିୟମ୍‌ରେ ଲିୟୋନେଲ୍ ମେସିର ଗସ୍ତକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଭାରି ଅବ୍ୟବସ୍ଥା ଏବଂ ହିଂସା ପରେ ପୋଲିସ୍ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଶତଦୁ ଦତଙ୍କୁ ଶନିବାର ଦ୍ୱିପହରେ ଗିରଫ କରିନେଇଛି। ଏହି ସୂଚନା ରାଜ୍ୟର
ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ଡିଜିପ ମାନିଲା ପୋଲିସ୍‌ର ଭୁଲ୍‌, ମୁଖ୍ୟ ଆୟୋଜକ ଗିରଫ


କୋଲକାତା, ୧୩ ଡିସେମ୍ବର(ହି.ସ.) – କୋଲକାତାର ସଲ୍‌ଟଲେକ୍ ସ୍ଥିତ ଯୁବଭାରତୀ ଷ୍ଟାଡିୟମ୍‌ରେ ଲିୟୋନେଲ୍ ମେସିର ଗସ୍ତକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଭାରି ଅବ୍ୟବସ୍ଥା ଏବଂ ହିଂସା ପରେ ପୋଲିସ୍ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଶତଦୁ ଦତଙ୍କୁ ଶନିବାର ଦ୍ୱିପହରେ ଗିରଫ କରିନେଇଛି। ଏହି ସୂଚନା ରାଜ୍ୟର ପୋଲିସ୍ ମହାନିର୍ଦ୍ଦେଶକ ରାଜୀବ କୁମାର ଦେଇଛନ୍ତି।

ପୋଲିସ୍ ମହାନିର୍ଦ୍ଦେଶକ କହିଛନ୍ତି ଯେ ପୁରା ମାମଲାର ଗଭୀର ଯାଂଚ କରାଯିବ ଏବଂ ଯିଏ ଦୋଷୀ ଜଣାପଡ଼ିବ, ତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟକାରିଣୀ ହେବ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଦର୍ଶକମାନେ ଟିକେଟ କଣିଛନ୍ତି, ସେମାନଙ୍କୁ ତାଙ୍କ ପଇସା ଫେରସ୍ତ ମିଳିବା ଦରକାର। ଏହାସହିତ ସେ ପୋଲିସ୍ ପକ୍ଷରୁ ହୋଇଥିବା ଭୁଲ୍ ସ୍ୱୀକାର କରିଛନ୍ତି।

ଶନିବାର ଦିନ ମେସିଙ୍କ ଯୁବଭାରତୀ ଷ୍ଟାଡିୟମ୍ ପହଂଚିବା ପରେ ପରିସ୍ଥି ତୀବ୍ର ଭାବେ ବିଗିଡ଼ିବାକୁ ଲାଗଥିଲା । ଗ୍ୟାଲେରିରୁ ଦର୍ଶକ ମେସିକୁ ଦେଖି ପାରି ନଥିଲେ । ଅଧିକ ଦାମ୍‌(କେତେକ ମାମଲାରେ ୨୦ ହଜାର ପର୍ଯ୍ୟନ୍ତ) ଉପରେ ଟିକେଟ୍ କିଣିବା ପରେ ମେସ୍ତି, ଲୁଇସ୍ ସୁବାରେଜ ଏବଂ ରଡିଗୋ ଡି ପାଲ୍‌ଙ୍କୁ ପଡ଼ିଆରେ ଦେଖିବାକୁ ସୁଯୋଗ ମିଳିନାହିଁ ବୋଲି ଅଭିଯୋଗ ଆସିଥିଲା । ଏଥିରେ ଅସନ୍ତୁଷ୍ଟ ଫୁଟବାଲ ପ୍ରେମୀ ଉଗ୍ର ହୋଇଥିଲେ ଏବଂ ଗ୍ୟାଲେରିର ସିଟ୍ ଭାଙ୍ଗି ପଡ଼ିଆକୁ ଫୋପାଡ଼ିବାକୁ ଲାଗିଲେ। ବୋତଲ ମଧ୍ୟ ପଡ଼ିଆ ଭିତରକୁ ଫୋପାଡ଼ିବାକୁ ଲାଗିଥିଲେ ଯାହାଦ୍ୱାରା ସ୍ଥିତି ଆହୁରି ଖରାପ ହୋଇ ଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande