


ସୁବର୍ଣ୍ଣପୁର, 17 ଡିସେମ୍ବର (ହି.ସ.) ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବିପର୍ଯ୍ୟୟ ଯୋଖମ୍ ବା ବିପଦର ସମ୍ଭାବନାକୁ କମାଇବା ପ୍ରକ୍ରିୟାରେ ଲିଙ୍ଗଗଟ ସମତା ଓ ଅନ୍ତର୍ଭୁକ୍ତ ବା ସମାବେଶନ କୁ ମୁଖ୍ୟାଧାରାରେ ସମ୍ମିଳିତ କରିବା ବିଷୟରେ ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଉପ-ଜିଲ୍ଲାପାଳ, ବୀରମହାରାଜପୁର, ଶ୍ରୀ ସୁରେନ୍ଦ୍ର ମେହେର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀମତି ଉଷାରାଣୀ ଦାଶ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର, ସ୍ଵାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀବୃନ୍ଦ, ଡେପୁଟି କଲେକ୍ଟର, ଜିଲ୍ଲା ଜରୁରୀ ଶାଖା, ସୁବର୍ଣ୍ଣପୁର, ଶ୍ରୀ ବିଶିକେଶନ୍ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀମତି ସଂଯୁକ୍ତା ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ, ସୁବର୍ଣ୍ଣପୁରଙ୍କ ପ୍ରତିନିଧି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସୁବର୍ଣ୍ଣପୁରଙ୍କ ପ୍ରତିନିଧି, ଜିଲ୍ଲା ଅଗ୍ନିଶମ ଅଧିକାରୀ, ସୁବର୍ଣ୍ଣପୁର,ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବୃନ୍ଦ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିନିକା, ଉଲୁଣ୍ଡା ଓ ତରଭା ବ୍ଲକ ଓ ତାଙ୍କର ପ୍ରତିନିଧି ବୃନ୍ଦ, ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦଙ୍କ ସହିତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଅର୍ଜୁନ ମାଝୀ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ତାଲିମ ପ୍ରଦାନ କରିବା ପାଇଁ ରାଜ୍ୟ ସ୍ତରରୁ ଲିଙ୍ଗଗତ ସମତା ବିଶେଷଜ୍ଞ ଆରଣ୍ୟକ ମିଶ୍ର ଉପସ୍ଥିତ ସମସ୍ତ ଅଂଶଗ୍ରଣକାରୀଙ୍କୁ ବିଶଦ ଭାବରେ ତାଲିମ ପ୍ରଦାନ କରିଥିଲେ। ଶ୍ରୀ ବିଶ୍ଵନାଥ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଜରୁରୀ ଶାଖା କାର୍ଯ୍ୟାଳୟ ଓ ଅନ୍ୟ କର୍ମଚାରୀମାନେ ଏହି କର୍ମଶାଳା ଆୟୋଜନରେ ସହଯୋଗ କରିଥିଲେ। ଏହି କର୍ମଶାଳା ପରେ ତିନୋଟି ବ୍ଲକ ସ୍ତରରେ ଓ ଛଅ ଗୋଟି ଗ୍ରାମ ପଞ୍ଚାୟତ ସ୍ତରରେ ଅନୁରୂପ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜିଲ୍ଲା ପ୍ରକଳ୍ପ ଅଧିକାରୀ, ସୁବର୍ଣ୍ଣପୁର, ଜରୁରୀ ଶାଖା ଅବଗତ କରାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ