
କେନ୍ଦୁଝର, 17 ଡିସେମ୍ବର (ହି.ସ.) ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଶୀତର ପ୍ରକୋପ ବୃଦ୍ଧି ଯୋଗୁଁ ଜିଲ୍ଲାବାସୀ ଅତିଷ୍ଠ ହୋଇ ପଡ଼ିଥିବାର ଦେଖାଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଚଳିତ ବର୍ଷ କେନ୍ଦୁଝର ଜିଲ୍ଳାରେ ପାରଦ ୧0ଡିଗ୍ରୀ ତଳକୁ ରହିଥିବାରୁ ଵର୍ତମାନ ସାରା ଜିଲ୍ଲା ଥଣ୍ଡା ରେ ଥରୁଛି.ଗତ କିଛିଦିନ ହେଲା କୋହଲା ପାଗ ସାଙ୍ଗକୁ ଶିରି ଶିରି ଧୀର ପଵନ ଶୀତର ପ୍ରକୋପକୁ ଆହୁରି ବୃଦ୍ଧି କରିଛି।.ପ୍ରବଳ ଶୀତଯୋଗୁଁ ଲୋକମାନେ ସକାଳ ୯ ପୂର୍ବରୁ ଘରୁ ବାହାରୁ ନଥିବାବେଳେ ସନ୍ଧ୍ୟା ୭ ଟା ବେଳକୁ ରାସ୍ତା ଘାଟ ଲୋକଶୂନ୍ୟ ହୋଇପଡୁଛି.ଗତ ବର୍ଷ ଡିସେମ୍ବର ମାସରେ ତାପମାତ୍ରା ୧୨ ରୁ ୧୫ ଡିଗ୍ରୀ ରହିଥିବାବେଳେ ଚଳିତ ବର୍ଷ ଏହି ଡିସେମ୍ବର ମାସରେ କେନ୍ଦୁଝର ଜିଲ୍ଲା ରେ ପାରଦ ଖସି ୯. ୬ ଡିଗ୍ରୀରେ ପହଁଚିଛି, ସେହିଭଳି ବଣପାହାଡ଼ ନିକଟବର୍ତ୍ତୀ ଅଞ୍ଚଳ ବାଂଶପାଳ, ଶୁଆକାଠି, ଯୋଡ଼ା, ବଡ଼ବିଲ, କାଞ୍ଜିପାଣି, ଚମ୍ପୁଆ, ଖଣ୍ଡାଧାର, କିରିବୁର,ପ୍ରଭୃତି ଅଞ୍ଚଳ ଗୁଡିକ ତାପମାତ୍ରା ୮ ଡିଗ୍ରୀ ତଳକୁ ରହୁଥିବାରୁ ଉକ୍ତ ଅଞ୍ଚଳ ଅଧିବାସୀ ମାନେ ଶୀତର ପ୍ରକୋପ ରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇପଡୁଛନ୍ତି। ସହର ବଜାର ରେ ମଧ୍ୟ ଯୁଆଡେ ଚାହିଁବ ଶୀତ ପ୍ରକୋପରୁ ନିଜକୁ ସୁରକ୍ଷା ପାଇଁ ଭଳି ଭଳି ଶୀତ ବସ୍ତ୍ର, ମୁଣ୍ଡରେ ଟୋପି, ଗରିବ ଲୋକ ମାନେ କମ୍ବଳ, ଚାଦର ପ୍ରଭୃତି ଘୋଡାଇ ହୋଇ ନିଜ ନିଜ ଖଟି କରୁଥିବା ସ୍ଥାନମାନଙ୍କରେ ନିଆଁ ଜାଳି ସେକି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛ। ଚଳିତ ବର୍ଷ ଗତ ନଭେମ୍ବର ମାସର ଶେଷସପ୍ତାହରେ ଜିଲ୍ଳାର ତାପମାତ୍ରା ୧0.୩ ରେ ଖସିଥିବା ବେଳେ ଡିସେମ୍ବର ମାସ ୧ ତାରିଖରେ ତାପମାତ୍ରା ୧୩. ୨ ଡିଗ୍ରୀ ସେଲସିୟସ ୨ ତାରିଖରେ ୧୨. ୬, ଡିଗ୍ରୀ ୩ ତାରିଖରେ ୧୧. ୮,ଡିଗ୍ରୀ, ୪ ତାରିଖରେ ୧୧ ଡିଗ୍ରୀ ସେଲସିୟସ ରେ ପହଁଚି ଥିବାବେଳେ ୭ ତାରିଖ ପରେ ପରେ ପାରଦ ଖସି ୯/୧0ଜିଗ୍ରୀ ସେଲସିୟସ ପହଁଚି ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଳାରେ ଏଭଳି ଶୀତର ପ୍ରକୋପ ରେ ବିଶେଷ କରି ବୟସ୍କ ଲୋକ ମାନଙ୍କ ଅବସ୍ଥା ଅଧିକ କଷ୍ଟକର ଆଗକୁ ଶୀତର ପ୍ରକୋପ ଆହୁରି ୨ ରୁ ୩ ଡିଗ୍ରୀ କମିବାର ଆଶଙ୍କା ଥିବାରୁ ଅତି ଆବଶ୍ୟକ ନଥିଲେ ଥଣ୍ଡାରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଥିବାର ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA