୨୫ରୁ ସର୍ବଭାରତୀୟ ନାଟକ ସମାରୋହ ‘ମଠଖାଇ ମହୋତ୍ସବ’
ବଲାଙ୍ଗିର, 17 ଡିସେମ୍ବର (ହି.ସ.) -ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଭୂମିଳା ଓ ମଠଖାଇ ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ଡିସେମ୍ବର ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ମଠଖାଇ ମହୋତ୍ସବ ହେବାକୁ ଯାଉଛି। ସ୍ଥାନୀୟ କୋସଲ କଳାମଣ୍ଡଳରେ ଦୀର୍ଘ ୫ଦିନଧରି ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଆଜି ସ୍ଥାନୀୟ ସ
*୨୫ରୁ ସର୍ବଭାରତୀୟ ନାଟକ ସମାରୋହ ‘ମଠଖାଇ ମହୋତ୍ସବ’*


*୨୫ରୁ ସର୍ବଭାରତୀୟ ନାଟକ ସମାରୋହ ‘ମଠଖାଇ ମହୋତ୍ସବ’*


*୨୫ରୁ ସର୍ବଭାରତୀୟ ନାଟକ ସମାରୋହ ‘ମଠଖାଇ ମହୋତ୍ସବ’*


*୨୫ରୁ ସର୍ବଭାରତୀୟ ନାଟକ ସମାରୋହ ‘ମଠଖାଇ ମହୋତ୍ସବ’*


*୨୫ରୁ ସର୍ବଭାରତୀୟ ନାଟକ ସମାରୋହ ‘ମଠଖାଇ ମହୋତ୍ସବ’*


*୨୫ରୁ ସର୍ବଭାରତୀୟ ନାଟକ ସମାରୋହ ‘ମଠଖାଇ ମହୋତ୍ସବ’*


ବଲାଙ୍ଗିର, 17 ଡିସେମ୍ବର (ହି.ସ.) -ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଭୂମିଳା ଓ ମଠଖାଇ ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ଡିସେମ୍ବର ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ମଠଖାଇ ମହୋତ୍ସବ ହେବାକୁ ଯାଉଛି। ସ୍ଥାନୀୟ କୋସଲ କଳାମଣ୍ଡଳରେ ଦୀର୍ଘ ୫ଦିନଧରି ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଆଜି ସ୍ଥାନୀୟ ସଂସ୍କୃତି ମଣ୍ଡପଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଓ ସାଧାରଣ ପରିଷଦ ବୈଠକରେ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଭୂମିକାର ସଭାପତି ବୀରେନ୍ଦ୍ର ବନଛୋରଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ଭୂମିକା ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି, ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ପାଦକ ଜିତେନ୍ଦ୍ରିୟ ତ୍ରିପାଠୀ ମଂଚାସୀନ ଥିଲେ। ପୂର୍ବବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ଏହି ସମାରୋହକୁ ରାଜ୍ୟ ତଥା ରାଜ୍ୟ ବାହାରର ନାଟ୍ୟ ଦଳଗୁଡିକ ଆସିବେ । ଚଳିତବର୍ଷ ମୋଟ ୨ଟି କୋସଲୀ, ୨ଟି ହିନ୍ଦୀ ଏବଂ ଗୋଟିଏ ଓଡିଆ ନାଟକ ପରିବେଷଣ ହେବ ।

ପାଞ୍ଚ ଦିନ ଧରି ହେବାକୁ ଥିବା ନାଟକ ଗୁଡିକ ମଧ୍ୟରେ ଓଡ଼ିଆ ନାଟକ ମାଗୁଣିର ଶଗଡ଼, କୋସଲୀ ନାଟକ କାଉଁର ଓ ଦାମୁର, ହିନ୍ଦୀ ନାଟକ ସାତଘରିଆ ଓ ଭୂମି ରହିଛି।

ଏହି ଅବସରରେ ନାଟ୍ୟକର୍ମୀ ସନାତନ ଠାକୁର, ସନ୍ତରଣରେ ଜାତୀୟ ପଦକ ବିଜେତା ସ୍ୱରୂପ ପଟେଲ, ସାମାଜିକକର୍ମୀ ଡାକ୍ତର ଶଙ୍କର ରାମଚନ୍ଦାନୀ, ପରିବେଶ ସଂଗଠନ ଶାଗୁଆ ବଲାଙ୍ଗୀର, ବୈଜ୍ଞାନିକ ଡା ବିଜୟ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଚିତ୍ତରଞ୍ଜନ ଦାଶ ସୂଚନା ଦେଇଥିଲେ। ଶେଷରେ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ମହୋତ୍ସବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande