ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ଚାର୍ଜସିଟ ଉପରେ ସଂଜ୍ଞାନ ନେବାକୁ ଅସ୍ୱୀକାର କଲେ କୋର୍ଟ, ସତ୍ୟର ବିଜୟ ବୋଲି କହିଲେ ଖଡଗେ
ନୂଆଦିଲ୍ଲୀ, 17 ଡିସେମ୍ବର (ହି.ସ.)- ନ୍ୟାସନାଲ୍ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ ହୋଇଥିବା ଚାର୍ଜଶିଟ୍‌ ଉପରେ ସଂଜ୍ଞାନ ନେବାକୁ ଦିଲ୍ଲୀ କୋର୍ଟ ଅସ୍ୱୀକାର କରିବା ପରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହା
ଖଡଗେ ପିସି


ନୂଆଦିଲ୍ଲୀ, 17 ଡିସେମ୍ବର (ହି.ସ.)- ନ୍ୟାସନାଲ୍ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

(ଇଡି) ଦ୍ୱାରା ଦାଖଲ ହୋଇଥିବା ଚାର୍ଜଶିଟ୍‌ ଉପରେ ସଂଜ୍ଞାନ ନେବାକୁ ଦିଲ୍ଲୀ କୋର୍ଟ ଅସ୍ୱୀକାର

କରିବା ପରେ, କଂଗ୍ରେସ ଅଧ୍ୟକ୍ଷ

ମଲ୍ଲିକାର୍ଜୁନ ଖଡଗେ ଏହାକୁ ନ୍ୟାୟ ଏବଂ ସତ୍ୟର ବିଜୟ ବୋଲି କହିଛନ୍ତି।

ବୁଧବାର ଦିଲ୍ଲୀରେ ନିଜ ବାସଭବନରେ ଏକ ପ୍ରେସ ସମ୍ମିଳନୀ କରି ଖଡଗେ ଅଦାଳତଙ୍କ ରାୟକୁ

ସ୍ୱାଗତ କରିଛନ୍ତି ଏବଂ ଭାଜପା ସରକାର ଉପରେ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦୁର୍ବ୍ୟବହାରର

ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ନ୍ୟାସନାଲ୍ ହେରାଲ୍ଡ କେସ୍ ସମ୍ପୂର୍ଣ୍ଣରୂପେ ରାଜନୈତିକ

ପ୍ରତିଶୋଧ ଓ ଦ୍ୱେଷ ଭାବନାରେ ଗଢ଼ାଯାଇଥିବା ଏକ ଭୁଆଁ ମାମଲା, ଯାହାର ଉଦ୍ଦେଶ୍ୟ କଂଗ୍ରେସ ନେତାମାନେ, ବିଶେଷକରି ଗାନ୍ଧୀ ପରିବାରକୁ ନିରାଶ କରିବା

ଥିଲା।

ଖଡଗେ କହିଛନ୍ତି ଯେ ନ୍ୟାସନାଲ୍ ହେରାଲ୍ଡର ସ୍ଥାପନା ୧୯୩୮ ମସିହାରେ ସ୍ୱାଧୀନତା

ସଂଗ୍ରାମୀମାନଙ୍କ ଦ୍ୱାରା କରାଯାଇଥିଲା। ଭାଜପା ସରକାର ସିବିଆଇ ଓ ଇଡି ପରି ସଂବିଧାନିକ

ସଂସ୍ଥାଗୁଡ଼ିକୁ ବ୍ୟବହାର କରି ଏହାକୁ ମନି ଲଣ୍ଡରିଂ ପରି ଗୁରୁତର ଅଭିଯୋଗ ସହ ଯୋଡ଼ି ବଦନାମ

କରିବାକୁ ଚେଷ୍ଟା କରୁଛି।

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ମାମଲା କେବଳ ରାଜନୈତିକ ଲାଭ ପାଇଁ

ତିଆରି କରାଯାଇଛି। ନ୍ୟାସନାଲ୍ ହେରାଲ୍ଡ କେସ୍‌ରେ କୌଣସି ସତ୍ୟତା ନାହିଁ। ତଥାପି ବର୍ଷ ବର୍ଷ

କଂଗ୍ରେସ ନେତାମାନଙ୍କୁ ପଚାରାଉଚାରା ଓ କାର୍ଯ୍ୟାନୁଷ୍ଠାନ ନାମରେ ଉତ୍ପୀଡ଼ନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande