
ନୂଆଦିଲ୍ଲୀ, 17 ଡିସେମ୍ବର (ହି.ସ.)- ନ୍ୟାସନାଲ୍ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
(ଇଡି) ଦ୍ୱାରା ଦାଖଲ ହୋଇଥିବା ଚାର୍ଜଶିଟ୍କୁ ଦିଲ୍ଲୀର ଅଦାଲତ ସଂଜ୍ଞାନ ନେବାକୁ ଅସ୍ୱୀକାର
କରିବା ପରେ, ବୁଧବାର ବିରୋଧୀ
ଦଳର ସାଂସଦମାନେ ସଂସଦ ପରିସରରେ ମକର ଦ୍ୱାର ନିକଟରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।
କଂଗ୍ରେସ ସହିତ ବିରୋଧୀ ଦଳମାନଙ୍କ ସାଂସଦମାନେ ଏହାକୁ କେନ୍ଦ୍ରୀୟ ଏଜେନ୍ସିମାନଙ୍କ
ଦୁର୍ବ୍ୟବହାରର ମାମଲା ବୋଲି ଅଭିଯୋଗ କରି ସରକାରଙ୍କୁ ଉତ୍ତର ଦେବାକୁ ଦାବି କରିଥିଲେ ଏବଂ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମା ମାଗିବା ସହ ଇସ୍ତଫା ଦେବାକୁ ଦାବି କରିଛନ୍ତି।
ଏହି ସମୟରେ ସାଂସଦମାନଙ୍କ ହାତରେ ‘ସତ୍ୟମେବ ଜୟତେ’ ଲେଖାଯାଇଥିବା ବଡ଼ ବ୍ୟାନର ଥିଲା ଏବଂ
ସେମାନେ ‘ପ୍ରଧାନମନ୍ତ୍ରୀ କ୍ଷମାଫି ମାଗନ୍ତୁ’ ଓ ‘ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ’ ଭଳି
ସ୍ଲୋଗାନ୍ ଦେଉଥିଲେ।
ଏହି ବିକ୍ଷୋଭରେ କଂଗ୍ରେସ ମହାସଚିବ କେ.ସି. ବେଣୁଗୋପାଳ, ଶଶି ଥରୁର, ରାଜୀବ ରଞ୍ଜନ ପପ୍ପୁ ଯାଦବ ସହ ଅନେକ ସାଂସଦ
ଯୋଗଦେଇଥିଲେ। କଂଗ୍ରେସ ମହାସଚିବ କେ.ସି. ବେଣୁଗୋପାଳ କହିଥିଲେ ଯେ କୋର୍ଟର ନିଷ୍ପତ୍ତି
ଦ୍ୱାରା ସତ୍ୟ ସାମ୍ନାକୁ ଆସିଛି ଏବଂ ଏବେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଏହି ପ୍ରସଙ୍ଗକୁ ଆହୁରି
ଜୋରଦାର କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା