
ସୋନପୁର, 17 ଡିସେମ୍ବର (ହି.ସ.)- ଗତକାଲି ଅପରାହ୍ନ ରେ ସୋନପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ କୁ ସମ୍ବଲପୁର ରିଜୋନାଲ ଡାଇରେକ୍ଟର ଡ. ମୁରଲୀଧର ମାଝୀ ପରିଦର୍ଶନ ରେ ଆସିଥିଲେ. I ମହାବିଦ୍ୟାଳୟ ର ଅଧ୍ୟକ୍ଷା ଓ ସମସ୍ତ ଅଧ୍ୟାପକ ତଥା କର୍ମଚାରୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା.l ସଭାରେ ଉପସ୍ଥିତ ସମସ୍ତଙ୍କୁ ମହାବିଦ୍ୟାଳୟ ରେ ଛାତ୍ରୀ ମାନଙ୍କ ସୃଜନଶୀଳତା ର ବିକାଶ ପାଇଁ କଲେଜ ମେଗାଜିନ ତଥା ପ୍ରାଚୀର ପତ୍ରିକା ପ୍ରକାଶ କରବାପାଇଁ ପରାମର୍ଶ ଦେଇଥିଲେ.l ମହାବିଦ୍ୟାଳୟ ର ବିଜ୍ଞାନାଗାର ଏବଂ ଗ୍ରନ୍ଥାଗାର ପରିଦର୍ଶନ କରି ଉତ୍ତମ ଲାଇବ୍ରେରୀ ପାଇଁ ଅଧିକ ପୁସ୍ତକ ତଥା ବିଦେଶୀ ଲେଖକ ମାନଙ୍କ ପୁସ୍ତକ ରଖିବା ପାଇଁ ପରାମର୍ଶ କରିଥିଲେ. I ଆର୍ଥିକ ସ୍ଥିତି , ଯଥା କେଶ ବହି, ପାସ୍ ବହି ତଥା ଡିସିଆର ସବୁ ଯାଞ୍ଚ କରିଥିଲେ.l ଏତତ ବ୍ୟତୀତ ଛାତ୍ରୀ ମାନଙ୍କ ଉପସ୍ଥାନ ସହିତ ଅଧ୍ୟାପକ ଓ କର୍ମଚାରୀ ଙ୍କ ବାୟୋମେଟ୍ରିକ ଉପସ୍ଥାନ ଯାଞ୍ଚ କରିଥିଲେ.l ଏକ ଆଦର୍ଶ ଶିକ୍ଷକ ନିସ୍ଵାର୍ଥପର ଭାବରେ ଶିକ୍ଷାଦେବା ଉପରେ ଓ ଏକ ଦରଦୀ ସେବକ ଭାବରେ ଛାତ୍ରୀ ମାନଙ୍କ ସେବା କରିବା ପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ.l ଶେଷ ରେ ମହାବିଦ୍ୟାଳୟ ଅଧ୍ୟାପକ ଙ୍କ ତରଫରୁ ଡ. ମାଝୀ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ