
ଭୁବନେଶ୍ୱର,୧୭ ଡିସେମ୍ବର(ହି.ସ)- ସୁଦାନରୁ ଫେରିଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରା ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜଟାଶଙ୍କର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଦେଇ ଶ୍ରୀ ବେହେରା କହିଛନ୍ତି ଯେ ସେଠାରେ ମୁଁ ବହୁତ କଷ୍ଟରେ ଥିଲି। ସେ କହିଛନ୍ତି, ମୋ ମାଟିକୁ ମୁଁ ନିରାପଦ ଭାବେ ଫେରି ଆସି ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ ଓ ମୋ ପରିବାର ଋଣୀ ।
ଆଦର୍ଶ ଫେରିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ୍ସ ହାଣ୍ଡଲରେ ଲେଖିଛନ୍ତି ଯେ ରାଜ୍ୟ ବାହାରେ ବା ବିଦେଶରେ ଥିବା ପ୍ରତ୍ୟେକ ଓଡିଆଙ୍କ ସୁରକ୍ଷା ଓ କଲ୍ୟାଣ ଆମ ସରକାରଙ୍କ ପ୍ରାଥମିକତା। ବିପତି ସମୟରେ ଆମେ ସଦା ସର୍ବଦା ଆପଣଙ୍କ ସାଥିରେ ରହିଛୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା