ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କୁ କୁଆଖିଆ ଠାରେ ସମ୍ବର୍ଦ୍ଧନା
ଧର୍ମଶାଳା, ୨୩ ଡିସେମ୍ବର(ହି.ସ.)- ବିଜେପି ଯୁବମୋର୍ଚ୍ଚା ଓଡିଶା ପ୍ରଦେଶ ସଭାପତି ଅଭିଳାଷ ପଣ୍ଡାଙ୍କୁ ଯାଜପୁର ଜିଲା କୁଆଖିଆ ନିକଟରେ ବ୍ରହ୍ମବରଦା ମଣ୍ଡଳ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ପଣ୍ଡା ୨ୟ ଥର ପାଇଁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ହେବା ପରେ ମଙ୍ଗଳବାର ଦିନିକିଆ ଭଦ୍
ରାଜ୍ୟ ଯୁବ ମୋର୍ଚ୍ଚା ସଭାପତିଙ୍କୁ କୁଆଖିଆଠାରେ ସମ୍ବର୍ଦ୍ଧନା


ଧର୍ମଶାଳା, ୨୩ ଡିସେମ୍ବର(ହି.ସ.)- ବିଜେପି ଯୁବମୋର୍ଚ୍ଚା ଓଡିଶା ପ୍ରଦେଶ ସଭାପତି ଅଭିଳାଷ ପଣ୍ଡାଙ୍କୁ ଯାଜପୁର ଜିଲା କୁଆଖିଆ ନିକଟରେ ବ୍ରହ୍ମବରଦା ମଣ୍ଡଳ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ପଣ୍ଡା ୨ୟ ଥର ପାଇଁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ହେବା ପରେ ମଙ୍ଗଳବାର ଦିନିକିଆ ଭଦ୍ରକ ଗ୍ରସ୍ତରେ ଯାଉଥିବା ବେଳେ ବ୍ରହ୍ମବରଦା ବିଜେପି ମଣ୍ଡଳ ସଭାପତି ମିଥୁନ କୁଣ୍ଡୁ, ପୂର୍ବତନ ସଭାପତି ପ୍ରଶାନ୍ତ ମହାରଣା, ଲକ୍ଷ୍ମୀଧର ପତି, ପୂର୍ବତନ ସରପଂଚ ବେଣୁଧର ଦାସ, ଜିଲା ମିଡିଆ ସେଲ ସଂଯୋଜକ ଆଶୁତୋଷ ବାରିକ, ମଣ୍ଡଳ କୋଷାଧ୍ୟକ୍ଷ ପ୍ରଦୀପ ରାଉତ, ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ଦେବବ୍ରତ ଦାଶ, ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା ଧନେଶ୍ୱର ବାରିକ, ରାକେଶ ନାୟକ ଓ ସିପୁନ ଘଡାଇ ପ୍ରମୁଖଙ୍କ ସମେତ ଦଳୀୟ ଯୁବନେତା ଓ କର୍ମୀ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଆଗାମୀ ଦିନରେ ଯୁବକମାନେ କିଭଳି ଆଗକୁ ଯିବେ, ମୋଦିଜୀ ଯୁବକମାନଙ୍କୁ ନେଇ ଯେଉଁ ସ୍ୱପ୍ନ ଦେଖୁଛନ୍ତି, ଯୁବ ମୋର୍ଚ୍ଚାର ସମସ୍ତ କର୍ମକର୍ତା କିପରି ଭାବେ ଯୁବ ଶକ୍ତିକୁ ଆଗକୁ ନେବେ ଓ ଜିଲା ମଣ୍ଡଳ ଶକ୍ତିକେନ୍ଦ୍ର ପ୍ରମୁଖରେ ଯୁବ ମୋର୍ଚ୍ଚା କିପରି ଦୃଢ ସଂଗଠନ କରିବ, ମୋଦିଜୀଙ୍କ ସ୍ୱପ୍ନ କିପରି ଭାବେ ପୁରଣ କରିବେ ସେ ସମ୍ପର୍କରେ ଶ୍ରୀ ପଣ୍ଡା ଆଲୋଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande