ବିରିଘାଟ ଗ୍ରାମରେ ମା ମାଉଳି କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ
ନୂଆପଡ଼ା,୨୩ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ଠାରେ ଅନୁଷ୍ଠିତ ୫ ତମ ମା ମାଉଳି କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ୟତ
Cricket tournament


ନୂଆପଡ଼ା,୨୩ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ଠାରେ ଅନୁଷ୍ଠିତ ୫ ତମ ମା ମାଉଳି କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ବରିଷ୍ଠ ନେତା ଲମ୍ବୋଧର ନିଆଲ, ଜିଲ୍ଲା କଳା ଓ ସଂସ୍କୃତି ସଂଘ ଉପସଭାପତି ଅର୍ଜୁନ ଛତ୍ରୀଆ, ସାହାଜାଦ ଖାନ, ପୂର୍ଵତନ ସରପଞ୍ଚ ବିନୋଦ ଧରୁଆ, ବିରିଘାଟ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଇନ୍ଦ୍ର ବାଗ, ଚିତ୍ତରଞ୍ଜନ ମାଝୀ, ଧରଣୀ ମେହେର, ପୁସ୍ତମ ମାଝୀ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଆଞ୍ଚଳିକ ଟୁର୍ନାମେଣ୍ଟ ଦୀର୍ଘ ୮ ଦିନ ଧରି ଚାଲିଥିବା ବେଳେ ୧୬ ଗୋଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚରେ ବହଳପଦର ଓ ଦମାପଲା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଦମାପଲା ଦଳ ଟସ ଜିତି ବ୍ୟାଟିଂ କରି ୧୨ ଓଭରରେ ୧୩୭ ରନ ସଂଗ୍ରହ କରିଥିଲେ । ଜବାବରେ ବହଳପଦର ୧୧ ଓଭର ୩ ବଲ ଖେଳି ବିଜୟ ହାସଲ କରିଥିଲା ।

ଧାରା ବିବରଣୀ କରିଥିଲେ ମନୋଜ ଭିତ୍ରୀୟା ଓ ନାଣ୍ଟୁ ବାଗ, ଖେଳ ପରିଚାଳନା କରିଥିଲେ ଟୁକୁ ବାଗ ଓ ନବୀନ ଶବର । ସ୍ଥାନୀୟ ସରପଞ୍ଚ ରଂଜିତା କାଣ୍ଡ, ରୋହିତ ଭିତ୍ରୀୟା, କୃଷ୍ଣପ୍ରସାଦ ଭିତ୍ରୀୟା, ତ୍ରିନାଥ ଭିତ୍ରୀୟା, ସମୀର ବାଗ, ଅରୁଣ ଭିତ୍ରୀୟା, ଗୁଣସାଗର, ଗଗନ ହସଙ୍କ ସହ ବିରିଘାଟ ଗ୍ରାମର ସମସ୍ତ ମହିଳା, ବୁଦ୍ଧିଜୀବୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande