ମା ଖିଲାରିପାଟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ
କେନ୍ଦୁଝର, ୨୩ ଡିସେମ୍ବର (ହି.ସ.)- ପାଟଣା ବ୍ଲକ ଟାଙ୍ଗରପଡା ପଂଚାୟତ ଅଙ୍କୁରା ଖେଳ ପଡ଼ିଆ ଠାରେ ମା ଖିଲାରୀପାଟ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଂଟ ଗତକାଲି ଉଦଯାପିତ ହୋଇଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୬ଟି ପ୍ରତିଷ୍ଠିତ କ୍ରିକେ
ମା ଖିଲାରିପାଟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ


କେନ୍ଦୁଝର, ୨୩ ଡିସେମ୍ବର (ହି.ସ.)- ପାଟଣା ବ୍ଲକ ଟାଙ୍ଗରପଡା ପଂଚାୟତ ଅଙ୍କୁରା ଖେଳ ପଡ଼ିଆ ଠାରେ ମା ଖିଲାରୀପାଟ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଂଟ ଗତକାଲି ଉଦଯାପିତ ହୋଇଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୬ଟି ପ୍ରତିଷ୍ଠିତ କ୍ରିକେଟଦଳ ଅଂଶଗ୍ରହଣ କରିଥିଲେ। ଆଜି ଉଦଜାପନି ଫାଇନାଲ ଖେଳରେ ତୁରୁମୁଙ୍ଗା କ୍ରିକେଟ ଏକାଦଶ ସହିତ ଗୁଣ୍ଡୁରିପଶି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତୁରୁମୁଙ୍ଗା ଟିମ ଚାମ୍ପିୟାନ ହୋଇଥିବା ବେଳେ ଗୁଣ୍ଡୁରିପଶି ଟିମ ରନର୍ସଅପ ହୋଇଥିଲେ। ଟୁର୍ଣ୍ଣାମେଂଟର ଉଦଯାପନୀ ଉତ୍ସ୍ୱରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରତିନିଧି କମଳା କାନ୍ତ ଦାଶ, ଦିଲ୍ଲୀପ କୁମାର ନାଏକ ଓ ଭାଗବତ ନାଏକ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥି ମାନେ ବିଜେତା ଚାମ୍ପିୟାନ ତୁରୁମୁଙ୍ଗା ଦଳକୁ ୧୫ ହଜାର ୫ ଶହ ୫୫ ଟଙ୍କା ଓ ରନର୍ସ ଅପ ଗୁଣ୍ଡୁରିପଶି ଦଳକୁ ୧୧ ହଜାର ୧ ଶହ ୧୧ ଟଙ୍କା ନଗଦ ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ।

ଏହି ଟୁର୍ଣ୍ଣାମେଂଟରେ ଅମ୍ପାୟାର ଭାବେ ସୁଶାନ୍ତ ସିଂ, ପବନ ନାଏକ, ବୈଷ୍ଣବ ସେଠୀ, ତପନ ପାତ୍ର ଓ ସୁଶାନ୍ତ ପାତ୍ର ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଖେଳରେ ହେମନ୍ତ ଭଞ୍ଜ ଓ ମୁନା ପାତ୍ର ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ମା ଖିଲାରିପାଟ କ୍ରିକେଟ କ୍ଳବ୍ ର ସଭାପତି ଓ ସମ୍ପାଦକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟରେ କ୍ଳବର ସଦସ୍ୟ ସୁଧୀର ପାତ୍ର, ମାନସ ସେଠୀ, ସୁଶାନ୍ତ ସିଂ, ମୁନା ସେଠୀ, ମିଟୁ ସେଠୀ, ରକି ସେଠୀ, ଜିତେନ୍ଦ୍ର ପାତ୍ର, ବିନୟ ସେଠୀ, ମୁନା ପାତ୍ର, ମଂଟୁ ସେଠୀ, ନଳ ମୋହନ ମୁଣ୍ଡା ଓ ଅନ୍ୟ ସଦସ୍ୟ ମାନେ ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande