
କେନ୍ଦୁଝର, 23 ଡିସେମ୍ବର (ହି.ସ.)ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ଆଶ୍ରମ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ, ପ୍ରଧାନ ଶିକ୍ଷକ ଧ୍ୟାନରଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ବଳ,ମୁଖ୍ୟ ବକ୍ତା ଭାବେ ଉତ୍ତର ଓଡ଼ିଶା ସାହିତ୍ୟ ସମ୍ମେଳନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଏବଂ ସମ୍ମାନିତ ଅତିଥି ଭାବେ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁକ୍ତାପୁରର ପ୍ରଧାନ ଶିକ୍ଷକ ତ୍ରିଲୋଚନ ମହାନ୍ତ, କଟରବେଡ଼ା କ୍ଳଷ୍ଟର ସିଆରସିସି ହୃଷୀକେଶ ପଲେଇ,ଅବସରପ୍ରାପ୍ତ ଶିକ୍ଷକ ଲାଲମୋହନ ନାଏକ,ଅବସରପ୍ରାପ୍ତ ଡାକ କର୍ମଚାରୀ ବଳରାମ ନାଏକ,ଗୋବର୍ଦ୍ଧନ ନାଏକ, ମମତାରାଣୀ ସାହୁ,ସସ୍ମିତା ଦାସ, ଡ଼ାଙ୍ଗୁଆପଶି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ପ୍ରଧାନ ,ସମାଜସେବୀ ତଥା ମାନବାଧିକାର କର୍ମୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାଏକ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଘଟଗାଁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ପ୍ରିତମ ପ୍ରିୟଦର୍ଶିନୀ ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଶୃଙ୍ଖଳା ଏବଂ ଚେଷ୍ଟା ମାଧ୍ୟମରେ ଅସମ୍ଭବକୁ ସମ୍ଭବ ରେ ପରିଣତ କରାଯାଇପାରେ ବୋଲି ମୁଖ୍ୟବକ୍ତା ଶ୍ରୀ ସିଂହ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଉତ୍ତମ ଶିକ୍ଷା,ସହିତ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିଲେ ଆମେ ନିରୋଗ ରହିବା ସହିତ ଭବିଷ୍ୟତ ଜୀବନ ଆଲୋକିତ ହେବ ବୋଲି ମୁଖ୍ୟ ଅତିଥି ଡ଼ାକ୍ତର ଶ୍ରୀ ବଳ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ବିଦ୍ୟାଳୟ ତଥା ଛାତ୍ରାବାସ ପରିଚାଳନା ରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଉତ୍ସର୍ଗୀକୃତ ମନୋଭାବ କୁ ଭୂୟସୀ ପ୍ରଶଂସା କରିଥିଲେ। ସର୍ବୋପରି ସଭାପତି ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଶ୍ରୀମତୀ ସାମଲ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ମିଳୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗକୁ ଉପଯୋଗ କରି ଭବିଷ୍ୟତ ରେ ଉତ୍ତମ ନାଗରିକ ଭାବେ ନିଜକୁ ଗଢି ତୋଳିବାକୁ ପ୍ରେରଣା ପ୍ରଦାନ କରିଥିଲେ। ସଭାରେ ମଞ୍ଚ ପରିଚାଳନା ଓ ବାର୍ଷିକ ବିବରଣୀ ପାଠ କରିଥିଲେ ସହକାରୀ ଶିକ୍ଷକ ଘନଶ୍ୟାମ ମହାନ୍ତ। ମନୋରଞ୍ଜନ କାର୍ଯକ୍ରମକୁ ସହକାରୀ ଶିକ୍ଷକ ଲୋକନାଥ ନାୟକ, ଶିକ୍ଷୟତ୍ରୀ ଡଲିଲତା ଦଳାଇ ପରିଚାଳନା କରିଥିଲେ। ବିଦ୍ୟାଳୟ ର ସମସ୍ତ କର୍ମଚାରୀ,ପରିଚାଳନା କମିଟି ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା ପ୍ରଦାନ କରିଥିଲେ। ଏହି ଅବସର ରେ ବାର୍ଷିକ କ୍ରୀଡା ଓ ମେଧା ଅନ୍ୱେଷଣ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନକୁ ପୁରସ୍କୃତ କରାଯାଇଥିଲା।ଏହି ଉତ୍ସବ ରେ ଶତାଧିକ ଅଭିଭାବକ ଅଭିଭାଵିକା ଯୋଗ ଦେଇ କୁନିକୁନି ପିଲା ମାନଙ୍କୁ ମନୋରଞ୍ଜନ କାର୍ଯକ୍ରମକୁ ଉପଭୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA