ସମ୍ବଲପୁର ଠାରେ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦଙ୍କ ଡିଭିଜନାଲ୍ କମିଟି ବୈଠକ
ଭୁବନଶ୍ୱେର, ୨୩ ଡିସେମ୍ବର (ହି.ସ.)- ସାଂସଦମାନେ ରେଳ ଭିତିଭୂମି, ଯାତ୍ରୀ ସୁବିଧା ଏବଂ ଆଞ୍ଚଳିକ ସଂଯୋଗୀକରଣ ଉପରେ ଆଲୋଚନା କରିଛନ୍ତି । ଦ୍ରୁତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ, ନୂତନ ଲାଇନ ଏବଂ ଉନ୍ନତ ଟ୍ରେନ୍ ସେବା ଉପରେ ଧ୍ୟାନ ଦେଇଛନ୍ତି । ଆଜି ସମ୍ବଲପୁରରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ
ସମ୍ବଲପୁର ଠାରେ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦଙ୍କ ଡିଭିଜନାଲ୍ କମିଟି ବୈଠକ


ଭୁବନଶ୍ୱେର, ୨୩ ଡିସେମ୍ବର (ହି.ସ.)- ସାଂସଦମାନେ ରେଳ ଭିତିଭୂମି, ଯାତ୍ରୀ ସୁବିଧା ଏବଂ ଆଞ୍ଚଳିକ ସଂଯୋଗୀକରଣ ଉପରେ ଆଲୋଚନା କରିଛନ୍ତି ।

ଦ୍ରୁତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ, ନୂତନ ଲାଇନ ଏବଂ ଉନ୍ନତ ଟ୍ରେନ୍ ସେବା ଉପରେ ଧ୍ୟାନ ଦେଇଛନ୍ତି । ଆଜି ସମ୍ବଲପୁରରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ମାନ୍ୟବର ସାଂସଦ ମାନଙ୍କ ଏକ ବିଭାଗୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଛତିଶଗଡ଼ ଏବଂ ଓଡିଶାର ବିଶିଷ୍ଟ ସାଂସଦ ମାନଙ୍କ ସହ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶପରମେଶ୍ୱର ଫୁଙ୍କୱାଲଙ୍କ ସମେତ ବରିଷ୍ଠ ରେଳ ଅଧିକାରୀଙ୍କ ସହିତ ବିଭିନ୍ନ ଭିତିଭୂମି ଓ ଯାତ୍ରୀ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।

ସାଂସଦମାନେ ସର୍ବସମ୍ମତିକ୍ରମେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ସାଂସଦ/ସମ୍ବଲପୁର ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭାଗୀୟ କମିଟିର ସଭାପତି ଭାବରେ ମନୋନୀତ କରିଥିଲେ । ଏହି ବୈଠକରେ ସଂଗୀତା କୁମାରୀ ସିଂହଦେଓ, ସାଂସଦ / ବଲାଙ୍ଗୀର, ପ୍ରଦୀପ ପୁରୋହିତ, ସାଂସଦ / ବରଗଡ଼, ମାଳବୀକା ଦେବୀ, ସାଂସଦ / କଳାହାଣ୍ଡି, ରୂପ କୁମାରୀ ଚୌଧୁରୀ, ସାଂସଦ / ମହାସମୁନ୍ଦ ଯୋଗଦାନ କରିଥିଲେ ।

ସାଂସଦମାନେ ସମ୍ବଲପୁର ରେଳ ଡିଭିଜନ ଦ୍ୱାରା ଗ୍ରହଣ କରାଯାଇଥିବା ବିକାଶମୂଳକ ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଥିଲେ ଏବଂ ରେଳ ଭିତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଯାତ୍ରୀ ସୁବିଧା ବୃଦ୍ଧି, ଟ୍ରେନ୍ ଏବଂ ଷ୍ଟେସନଗୁଡ଼ିକର ସଫାସୁତୁରା, ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦା ମେଂଟାଇବା ପାଇଁ ଟ୍ରେନ୍ ଚଳାଚଳ ଦିବସ ବୃଦ୍ଧି ଏବଂ ଉପାନ୍ତ ଅଂଚଳକୁ ଟ୍ରେନ ସେବା ସମ୍ପ୍ରସାରଣ କରିବା, ନୂତନ ରେଳ ଲାଇନ, ଦୁର୍ଗମ ଅଂଚଳକୁ ଉନ୍ନତ ସଂଯୋଗୀକରଣ, ରୋଡ଼ ଅଣ୍ଡର ବ୍ରିଜ୍ (ଉପମାର୍ଗ) ଏବଂ ରୋଡ୍ ଓଭର ବ୍ରିଜ୍ ର ବିକାଶ, ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକୁ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ଷମ କରିବା, ଟ୍ରେନ୍ ଷ୍ଟପେଜ୍ ଏବଂ ଅଂଚଳରେ ଅଧିକ ରାଜସ୍ୱ ଏବଂ ନିଯୁକ୍ତି ସୃଷ୍ଟିର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।

ସାଂସଦମାନେ ଗଠନମୂଳକ ଆଲୋଚନାରେ ଭାଗନେଇ ରେଳ ଭିତିଭୂମି ବୃଦ୍ଧି ତଥା ଏହି ଅଂଚଳରେ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ । ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ପାଇଁ ସେମାନେ କୃତଜ୍ଞତା ଜଣାଇବା ସହ ଚାଲୁରହିଥିବା ପ୍ରକଳ୍ପର ଗୁରୁତ୍ୱକୁ ଦର୍ଶାଇ ଟ୍ରେନ୍ ସେବା, ଟ୍ରେନ ରହଣି ଏବଂ ଯାତ୍ରୀ ସୁବିଧା ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ ।

ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ମାନ୍ୟବର ସାଂସଦମାନଙ୍କୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କର ଗଠନମୂଳକ ମତାମତ ଏବଂ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ ପୂର୍ବତଟ ରେଳପଥର କାର୍ଯ୍ୟଦକ୍ଷତା, ଭିତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ଯାତ୍ରୀ ସେବାକୁ ଉନ୍ନତ କରିବା ଏବଂ ଆଂଚଳିକ ମାଲ ପରିବହନ ଆବଶ୍ୟକତା ପୂରଣ କରିବା ପାଇଁ କରାଯାଉଥିବା ନିରନ୍ତର ପ୍ରୟାସ ବିଷୟରେ କମିଟିକୁ ସୂଚନା ଦେଇଥିଲେ।

ଏହି ବୈଠକରେ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧରୀଙ୍କ ସମେତ ରେଳପଥ ମୁଖ୍ୟାଳୟର ପ୍ରମୁଖ ବିଭାଗୀୟ ଅଧିକାରୀ ଓ ସମ୍ବଲପୁର ରେଳମଣ୍ଡଳର ଅଧିକାରୀମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande