
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ବାଜପେୟୀଙ୍କ
ଜନ୍ମ ଦିନ ଅବସରରେ ବୁର୍ଲା ବିଜେପି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଲେ କେନ୍ଦ୍ର
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରକ୍ତାଦାନ ଶିବିରରେ ନିଜର ରକ୍ତଚାପଚେକ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ
ବିହାରୀ ବାଜପେୟୀଙ୍କ 101 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହୋଇଛି ରକ୍ତଦାନ ଶିବିର ।
କାର୍ଯ୍ୟକ୍ରମର କେନ୍ଦ୍ର ମନ୍ତ୍ରୀଙ୍କ ସହ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ
ସ୍ଥାନୀୟ ବିଜେପି ନେତା କର୍ମୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା