
ଜୟପୁର, ୨୮ ଡିସେମ୍ବର (ହି.ସ.) - ରାଜ୍ୟରେ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ କରିବା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ରାଜ୍ୟରେ ଯୁବ ଓ ଛାତ୍ର ବିଜଡି ସଂଗଠନକର ନୂତନ କର୍ମକର୍ତା ନିଯୁକ୍ତ କରିଛନ୍ତି । ଏହିପରି ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବକ ଓ ଛାତ୍ର ମାନଙ୍କୁ ମନୋନୀତ କରାଯାଇ ବିଭିନ୍ନ ପଦପଦବୀରେ ନିଯୁକ୍ତ କରାଯାଇଛି । ଏଥିରେ ରାଜ୍ୟ ସଂଗଠନର ବରିଷ୍ଠ ଉପସଭାପତି ଭାବେ ୧୫ ଜଣିଆ ଦଳରେ କୋରାପୁଟ ଜିଲ୍ଲାର ଯୁବ ଆଦିବାସୀ ନେତ୍ରୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକାଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟ ଉପସଭାପତି ଭାବେ ୫୪ଜଣଙ୍କ ମଧ୍ୟରୁ ଜୟପୁରର ଯୁବନେତା ଆଦିତ୍ୟ ନାରାୟଣ ନନ୍ଦ, ଯୁବନେତ୍ରୀ ଶିଳ୍ପା ପାଣି ଏବଂ ରାଜ୍ୟର ୮୫ଜଣ ସାଧାରଣ ସମ୍ପାଦକଙ୍କ ମଧ୍ୟରୁ ଜିଲ୍ଲାର ଲକ୍ଷ୍ମୀପୁର ଅଂଚଳର ଯୁବ ତଥା ଆଦିବାସୀ ନେତା ଶଙ୍କର ସାଉନ୍ତାଙ୍କୁ ଚୟନ କରାଯାଇଛି । ସେହିପରି ରାଜ୍ୟ ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ଜିଲ୍ଲାର ଜୟପୁରର ଛାତ୍ର ନେତା ରୋହିତ କୁମାରଙ୍କୁ ନିଯୁକ୍ତ କରାଯାଇଛି । ଏଥିନେଇ ଜିଲ୍ଲାରେ ବିଜେଡି ଯୁବ, ଛାତ୍ର ମାନଙ୍କ ମଧ୍ୟରେ ଉତ୍ସାବ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ବିଜେଡିକୁ ସୁସଂଗଠିତ କରାଯାଇ ଆଗାମୀ ସମସ୍ତ ନିର୍ବାଚନରେ ଦଳର ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଯିବା ନେଇ ପ୍ରୟାସ କରାଯିବ ବୋଲି ବିଜେଡି କର୍ମୀ ମାନେ ଆଶା ପ୍ରକୋଟ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି