
ଚମ୍ପୁଆ, ୨୮ ଡିସେମ୍ବର (ହି.ସ.) - ଭାରତୀୟ ଜନତା ପାର୍ଟି ଚମ୍ପୁଆ ବିଧାନସଭା ଆନୁକୁଲ୍ୟରେ କାଳିକା ପ୍ରସାଦ ହାଇ ସ୍କୁଲ ଖେଳ ପଡ଼ିଆ ଠାରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ଚମ୍ପୁଆ ବିଜେପି ମଣ୍ଡଳ ସଭାପତି କାର୍ତିକ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଚମ୍ପୁଆ ବିଧାନସଭାର ବରିଷ୍ଠ ବିଜେପି ନେତା ଡ଼. ମୁରଲୀ ମନୋହର ଶର୍ମା ଓ ବ୍ୟଙ୍ଗ କବି ଜ୍ଞାନ ହୋତା ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦିକା ଝରଣା ମହାନ୍ତ, ଜିଲ୍ଲା ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ, ଯୋଡ଼ା ନଗର ମୁନିସିପାଲଟି ପ୍ରତିନିଧି ବି ଏନ ଦାସ, କରଞ୍ଜିଆ ମଣ୍ଡଳ ସଭାପତି ଇନ୍ଦ୍ରଜିତ ମହାନ୍ତ, ଯୋଡ଼ା ମଣ୍ଡଳ ସଭାପତି ପାର୍ଥସାରଥୀ ଷଡ଼ଙ୍ଗୀ, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ପଙ୍କଜ କୁମାର ମହାନ୍ତ, ବିଲେଇପଦା ମଣ୍ଡଳ ସଭାପତି ରବୀନ୍ଦ୍ର ବାରିକ, ବରିଷ୍ଠ ନେତ୍ରୀ ମମତା ରାଉତ ପ୍ରମୁଖ ଙ୍କ ସମେତ ଚମ୍ପୁଆର ଅନେକ ବିଜେପି କର୍ମକର୍ତା ଓ ସ୍ଥାନୀୟ ଜନସାଧାରଣ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରରେ ସୁନିଲ ଦାସ ମଂଚ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / Trinath Mahanta