ଅନୁଗୋଳ ‘କିଶୋରନଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କପ୍’ ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଖେଳାଳିମାନଙ୍କ ଉତ୍ସାହ ପ୍ରଶଂସନୀୟ - ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ, ଭୁବନେଶ୍ୱର, ୨୮ ଡିସେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କିଶୋରନଗର ଠାରେ ଆୟୋଜିତ ‘କିଶୋରନଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କପ୍ ୨୦୨୫-୨୬’ ରେ ଯୋଗଦେଇ ଫାଇନାଲ୍ ବିଜୟୀ ଦଳକୁ ପୁରସ୍କୃତ କ
ଅନୁଗୋଳ ‘କିଶୋରନଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କପ୍’ ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ


ଖେଳାଳିମାନଙ୍କ ଉତ୍ସାହ ପ୍ରଶଂସନୀୟ - ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ, ଭୁବନେଶ୍ୱର, ୨୮ ଡିସେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କିଶୋରନଗର ଠାରେ ଆୟୋଜିତ ‘କିଶୋରନଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କପ୍ ୨୦୨୫-୨୬’ ରେ ଯୋଗଦେଇ ଫାଇନାଲ୍ ବିଜୟୀ ଦଳକୁ ପୁରସ୍କୃତ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି ।

ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉତ୍ସାହ ଓ ଉଦ୍ଦୀପନାକୁ ଶ୍ରୀ ପ୍ରଧାନ ଉଚ୍ଚ ପ୍ରଶଂସା କରିଛନ୍ତି । ସ୍ଥାନୀୟ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆୟୋଜକଙ୍କ ଏଭଳି ପ୍ରୟାସକୁ ସେ ସ୍ୱାଗତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଖେଳ କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ଅନୁଶାସନ ଓ ଏକତା ଶିଖାଇଥାଏ । କିଶୋରନଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଯୁବ ଖେଳାଳିଙ୍କ ମଧ୍ୟରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଲା, ତାହା ପ୍ରଶଂସନୀୟ । ଆଗାମୀ ଦିନରେ ଏହି ଅଞ୍ଚଳରୁ ଅନେକ ପ୍ରତିଭା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାମ ରଖିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande