
ଜୟପୁର, ୨୮ ଡିସେମ୍ବର (ହି.ସ.) - ଜୟପୁର ଶ୍ରୀ ରାମ ନଗର ଅଂଚଳରେ ଥିବା ଜିଓ ଟା୍ୱାରରେ ଆଜି ସକାଳୁ ନିଆଁ ଲାଗିଯାଇଥିବା ଜଣାପଡିଛି। ହଠାତ ଜିଓ ଟା୍ୱାର ସେଟଅପ ବକ୍ସରୁ ଧୂଆଁ ବାହାରିବା ଦେଖିବା ପରେ ସ୍ଥାନୀୟ ଲୋକେ କମ୍ପାନି କର୍ତୁପକ୍ଷଙ୍କୁ ଡାକି ସେଟଅପ ବକ୍ସକୁ ବାହାର କରିଥିଲେ। ସ୍ଥାନୀୟଲୋକେ ଓ କମ୍ପାନୀ କର୍ତୁପକ୍ଷ ନିଆଁକୁ ଆୟତ କରିଥିଲେ। ପରେ ଦମକଳ ବାହିନୀକୁ ଫୋନ କରିବା ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡରେ ସମସ୍ତ କେବୁଲ ପୋଡିଯାଇଥିବା ଜଣା ପଡିଛି। ସଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଦମକଳ ବିଭାଗ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି