
ବଲାଙ୍ଗୀର, ୨୮ ଡିସେମ୍ବର(ହି.ସ.) – ବଲାଙ୍ଗୀର ସହର ଦେଇ ଭାରି ଯାନ ଚଳପ୍ରଚଳ ଯୋଗୁଁ ପ୍ରତିଦିନ ଧନଜୀବନ ନଷ୍ଟ ହେଉଛି। ଆଜି ପ୍ରାୟ ୫ଟା ସମୟରେ ବଲାଙ୍ଗୀର ୨୬ ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି। ଏକ ୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ ଉପରେ ଚଢ଼ି ଯାଇଛି। ଗୋଡ ଉପରେ ଚଢ଼ି ଯିବାରୁ ଅଧିକ ରକ୍ତସ୍ରାବ ହୋଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଧର୍ମାନନ୍ଦ ଦାସ(୬୬) ଓ ସେ ବଲାଙ୍ଗୀର ଚନ୍ଦ୍ରଶେଖର ନଗର ବାସୀନ୍ଦା ବୋଲି ଜଣାପଡିଛି। ଧର୍ମାନନ୍ଦଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ରାସ୍ତାରେ ପଡି ବୃଦ୍ଧ ଜଣକ ଛଟପଟ ହେଉଥିବାବେଳେ ପୋଲିସର ପିସିଆର୍ ଭେନ୍ ଆସି ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ପଠାଇଛି। ବଲାଙ୍ଗୀର ସହରରେ ବାରମ୍ବାର ରାସ୍ତା ଦୁର୍ଘଟଣା ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ବାଇପାସ୍ ରାସ୍ତା ନିର୍ମାଣ କାମକୁ ତ୍ୱରାନ୍ୱିତ କରିବାରେ ସରକାର ଅବହେଳା ପ୍ରଦର୍ଶନ କରୁଥିବା ପରିଲକ୍ଷିତ ହୋଇଛି।
ତେବେ ଦୁର୍ଘଟଣା ପରେ ଉତ୍ୟକ୍ତ ଜନସାଧାରଣ ରାସ୍ତାକୁ ଓହ୍ଲାଇ ଟାୟାର ଜାଳି ୫ଲକ୍ଷ ଟଙ୍କା ଦାବି କରିଛନ୍ତି। ୨୬ନମ୍ବର ଜାତୀୟ ରାଜପଥ ଏବେ ଗାଡ଼ି ଚଳାଚଳ ବନ୍ଦ ଅଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି। ଧରମାନନ୍ଦ ଦାଶ(୬୫) ବଲାଙ୍ଗୀର ସହର ଚନ୍ଦ୍ରଶେଖର ନଗରର ବାସିନ୍ଦା ବୋଲି ଜଣାପଡ଼ିଛି। ଟ୍ରକ ଦୁର୍ଘଟଣାକୁ ନେଇ ତଦନ୍ତ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ