ସବୁବର୍ଗ ଖବର ସମ୍ବାଦପତ୍ରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଜୟପୁର, ୨୮ ଡିସେମ୍ବର (ହି.ସ.) - ଜୟପୁର ସହରରୁ ପ୍ରକାଶିତ ସବୁବର୍ଗ ଖବର ସମ୍ୱାଦପତ୍ରର ସପ୍ତମ ବାର୍ଷିକୋତ୍ସବ ଜୟପୁରସ୍ଥିତ ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଚନ୍ଦ୍ରକାନ୍ତ ସୁତାରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ମଦନ ମୋହନ ନାୟକ,
ସବୁବର୍ଗ ଖବର ସମ୍ବାଦପତ୍ରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ,  


ଜୟପୁର, ୨୮ ଡିସେମ୍ବର (ହି.ସ.) - ଜୟପୁର ସହରରୁ ପ୍ରକାଶିତ ସବୁବର୍ଗ ଖବର ସମ୍ୱାଦପତ୍ରର ସପ୍ତମ ବାର୍ଷିକୋତ୍ସବ ଜୟପୁରସ୍ଥିତ ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଚନ୍ଦ୍ରକାନ୍ତ ସୁତାରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ମଦନ ମୋହନ ନାୟକ, ସମ୍ମାନୀୟ ଅତିଥି ଆଇନଜୀବୀ ରାଜେନ୍ଦ୍ର କୁମାର ଗୌଡ, ସମ୍ମାନୀୟ ଅତିଥି ବିଶିଷ୍ଟ ହାଇକୁ କବି କୃଷ୍ଣଚନ୍ଦ୍ର ହୋତା, ସମ୍ମାନୀୟ ଅତିଥି ଶ୍ରମିକ ନେତା ବାଲା ରାୟ ମଂଚାସୀନ ଥିଲେ। ସମ୍ୱାଦପତ୍ରର ସଂପାଦକ ଶ୍ରୀ ସୁତାର ସମ୍ବାଦପତ୍ର ଚଳାଇବା ସମୟର ଅନୁଭୂତି ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ସବୁବର୍ଗ ଖବର ସମ୍ବାଦପତ୍ର ପ୍ରତ୍ୟେକ ସଂଖ୍ୟା ପୋଷ୍ଟାଲ ମାଧ୍ୟମରେ ବିଭିନ୍ନ ଜିଲ୍ଲାକୁ ପଠାଯାଉଥିବା ବେଳେ ନବରଙ୍ଗପୁର, ମାଲକାନଗିରି, ରାୟଗଡା ଜିଲ୍ଲା ଗୁଡିକରେ ପୋଷ୍ଟମ୍ୟାନ ମାନେ ଏହାକୁ ସଠିକ୍ ଠିକଣାରେ ନଦେଇ ସମ୍ବାଦପତ୍ର ଗୁଡିକୁ ଉଭାନ୍ କରିଦେଉଥିବା ବିଷୟରେ ସମ୍ପାଦକ ଦୁଃଖର ସହ ପ୍ରକାଶ କରିଥିଲେ। କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ଗୁଡିକ ସାମାଜିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । କୃଷି ଓ ବୈଷୟିକ ଜ୍ଞାନ, ଗବେଷଣା, ଗ୍ରାମାଂଚଳ ବିକାଶ ଇତ୍ୟାଦି ଖବର କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରରେ ଅଧିକ ପ୍ରକାଶ ପାଇଥାଏ। ସାମାଜିକ ବିକାଶରେ ଏହି ପ୍ରକାର ସମ୍ୱାଦପତ୍ରର ବିଶେଷ ଭୂମିକା ରହିଛି । ଏହି ସମ୍ୱାଦପତ୍ରଗୁଡିକ ସବୁ ସମୟରେ ତୃଣମୂଳ ସ୍ତରରେ କିପରି ସରକାରୀ ଯୋଜନାଗୁଡିକ ପହଂଚି ପାରିବ ଓ ତୃଣମୂଳ ସ୍ତରର ସମସ୍ୟାଗୁଡିକ କେଉଁଭଳି ଭାବରେ ସରକାରଙ୍କ ନିକଟରେ ଅବଗତ କରାଯାଇପାରିବ ସେ ଦିଗରେ ସବୁ ସମୟରେ ଚେଷ୍ଟାଜାରି ରଖିଥାନ୍ତି । ସରକାର ଏହି କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ଗୁଡିକୁ ସାହାଯ୍ୟ ସହଯୋଗର ହାତ ବଢାଇଲେ ସମ୍ୱାଦପତ୍ର ଗୁଡିକ ଅଧିକଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିପାରିବ ବୋଲି ବକ୍ତବ୍ୟରେ ଶ୍ରୀ ସୁତାର କହିଥିଲେ । ଅତିଥିମାନେ ସମ୍ବାଦପତ୍ରର ଉତରୋତର ଉନ୍ନତି କାମନା କରିଥିଲେ। କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande