ଝାରଖଣ୍ଡର ଚତରାରେ ଟିଏସପିସିର ଦୁଇ ଗୋଷ୍ଠୀ ମଧ୍ୟରେ ଫାୟାରିଂ, 2 ମୃତ, 2 ଆହତ
ନୂଆଦିଲ୍ଲୀ, 29 ଡିସେମ୍ବର (ହି.ସ.)- ଚତରା ଜିଲ୍ଲାର ସୁଦୂରବର୍ତ୍ତୀ କୁନ୍ଦା ଥାନା ଅଞ୍ଚଳ ଅନ୍ତର୍ଗତ ଗେନ୍ଦରା ଗାଁରେ ରବିବାର ଅଧରାତିରେ ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନ ତୃତୀୟ ସମ୍ମିଳନ ପ୍ରସ୍ତୁତି କମିଟି (ଟିଏସପିସି)ର ଦୁଇଟି ଗ୍ରୁପ ମଧ୍ୟରେ ଗୁଳିକାଣ୍ଡ ଘଟିଛି। ଉଭୟ ପକ୍ଷରୁ
ଫାୟାରିଂ


ନୂଆଦିଲ୍ଲୀ, 29 ଡିସେମ୍ବର (ହି.ସ.)- ଚତରା ଜିଲ୍ଲାର ସୁଦୂରବର୍ତ୍ତୀ କୁନ୍ଦା ଥାନା ଅଞ୍ଚଳ

ଅନ୍ତର୍ଗତ ଗେନ୍ଦରା ଗାଁରେ ରବିବାର ଅଧରାତିରେ ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନ ତୃତୀୟ ସମ୍ମିଳନ

ପ୍ରସ୍ତୁତି କମିଟି (ଟିଏସପିସି)ର ଦୁଇଟି ଗ୍ରୁପ ମଧ୍ୟରେ ଗୁଳିକାଣ୍ଡ ଘଟିଛି। ଉଭୟ ପକ୍ଷରୁ

ହୋଇଥିବା ଗୁଳିକାଣ୍ଡରେ ଘଟଣାସ୍ଥଳେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ଆହତ

ହୋଇଛନ୍ତି। ଆହତମାନଙ୍କୁ ରିମ୍ସ, ରାଞ୍ଚୀରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରୁ ଦୁଇଟି ଦେଶୀ

କଟ୍ଟା ଜବତ କରିଛି।

ଏସପି ସୁମିତ ଅଗ୍ରୱାଲ କହିଛନ୍ତି ଯେ ଦୁଇ ଗ୍ରୁପ ମଧ୍ୟରେ ହୋଇଥିବା

ପ୍ରଭୁତ୍ୱ ଲଢ଼େଇରେ ନିହତ ଦୁଇ ଉଗ୍ରବାଦୀଙ୍କ ମଧ୍ୟରୁ ଜଣେ ହେଲେ ଟିଏସପିସି ସଂଗଠନର ସବ୍-ଜୋନାଲ

କମାଣ୍ଡର ଦେବେନ୍ଦ୍ର ଗଞ୍ଜୁ। ତାଙ୍କ ବିରୁଦ୍ଧରେ ଚତରା, ହଜାରିବାଗ, ଲାତେହାର, ପଲାମୁର ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରେଜିଷ୍ଟର ହୋଇଛି।

ଅନ୍ୟ ନିହତ ଉଗ୍ରବାଦୀଙ୍କ ପରିଚୟ ଚୁରାମନ ଗଞ୍ଜୁ ଭାବେ ହୋଇଛି। ଗୁରୁତର ଆହତମାନଙ୍କ ମଧ୍ୟରେ

ଶ୍ୟାମ ଭୋକ୍ତା ଓ ତାଙ୍କ ସାଳା ଗୋପାଳ ଗଞ୍ଜୁ ଅଛନ୍ତି। ଦୁହେଁକୁ ପ୍ରଥମେ ପ୍ରତାପପୁର ଗୋଷ୍ଠୀ

ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରିମ୍ସକୁ ରେଫର କରାଯାଇଛି। ଏସପି କହିଛନ୍ତି

ଯେ କୁନ୍ଦା ବାସିନ୍ଦା ଶ୍ୟାମ ଭୋକ୍ତାଙ୍କ ବିରୁଦ୍ଧରେ ମଧ୍ୟ ନକ୍ସଲ ଘଟଣାରେ ସଂପୃକ୍ତତା ନେଇ

ଅନେକ ମାମଲା ରେଜିଷ୍ଟର ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande