ସମ୍ବଲପୁରରେ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍‌ର ୫୪ତମ ବାର୍ଷିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ
ଓଡ଼ିଶାରେ କୋର୍ଟ କାର୍ଯ୍ୟ ଓଡ଼ିଆରେ ହେଲେ ସମାଜର ସବୁ ବର୍ଗର ଲୋକମାନେ ଉପକୃତ ହେବେ- ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର/ଭୁବନେଶ୍ୱର, ୨୯ ଡିସେମ୍ବର (ହି.ସ)- ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ମାଧ୍ୟମ ମାତୃଭାଷା ହେବା ଉଚିତ । ସେହିପରି ଭାରତର ନ୍ୟାୟ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚା
ରପବହକତହଗତ


ଓଡ଼ିଶାରେ କୋର୍ଟ କାର୍ଯ୍ୟ ଓଡ଼ିଆରେ ହେଲେ ସମାଜର ସବୁ ବର୍ଗର ଲୋକମାନେ ଉପକୃତ ହେବେ- ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର/ଭୁବନେଶ୍ୱର, ୨୯ ଡିସେମ୍ବର (ହି.ସ)- ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ମାଧ୍ୟମ ମାତୃଭାଷା ହେବା ଉଚିତ । ସେହିପରି ଭାରତର ନ୍ୟାୟ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଏହାକୁ ମାତୃଭାଷା ଆଧାରିତ କରିବାକୁ ହେବ। ଓଡ଼ିଶାର ସମସ୍ତ କୋର୍ଟରେ କାର୍ଯ୍ୟକାରୀ ଭାଷା 'ଓଡ଼ିଆ'(ମାତୃଭାଷା) ହେବା ଆବଶ୍ୟକ। ମାତୃଭାଷା ହିଁ ଅଭିବ୍ୟକ୍ତିର ସବୁଠାରୁ ବଡ଼ ଓ ସହଜ ମାଧ୍ୟମ । ଭାଷାର ପ୍ରତିବନ୍ଧକ ଦୂର ହେଲେ ହିଁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ଉଚିତ ନ୍ୟାୟ ପାଇପାରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୌମବାର ସମ୍ବଲପୁରରେ ଆୟୋଜିତ 'ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍‌'ର ଏହି ୫୪ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁରରେ 'ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍‌'ର ୫୪ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁରର ଏହି ଐତିହାସିକ ସହରରୁ ଓଡ଼ିଶାର ଆଇନଜୀବୀ ସମାଜ ମଧ୍ୟରେ ଯେଉଁ ଏକତା ଓ ସଂହତିର ବାର୍ତା ସୃଷ୍ଟି ହୋଇଛି, ତାହା ପ୍ରଶଂସନୀୟ ।

ଆମର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆଇନଜୀବୀମାନେ ହେଉଛନ୍ତି ମୁଖ୍ୟ ପ୍ରହରୀ । ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ 'ବିକଶିତ ଭାରତ' ଏବଂ 'ବିକଶିତ ଓଡ଼ିଶା' ଗଠନର ସଂକଳ୍ପ ନେଇଛୁ, ସେଥିରେ ଆପଣମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ସେମାନଙ୍କ ଅଧିକାରର ସୁରକ୍ଷା କରିବା ଦିଗରେ ଆପଣଙ୍କ ନିଷ୍ଠା ଓ ସେବା ମନୋଭାବ ହିଁ ଏକ ସୁସ୍ଥ ସମାଜ ଗଠନ କରିପାରିବ ବୋଲି ସେ କହିଥିଲେ ।

ଆମ ଓଡ଼ିଆ ଓକିଲମାନଙ୍କ ବୌଦ୍ଧିକ କ୍ଷମତା ଅତ୍ୟନ୍ତ ଉଚ୍ଚକୋଟୀର । ଏହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ । ସେ ଧର୍ମରେ ଜଣେ ଖ୍ରୀଷ୍ଟିଆନ ହୋଇଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧିକାର ପାଇଁ ମାମଲା ଲଢ଼ିଥିଲେ । ତାଙ୍କର ଦୂରଦୃଷ୍ଟି ଓ ଦାୟିତ୍ୱବୋଧ ଯୋଗୁଁ ଆଜି ଜଗନ୍ନାଥ ସଂସ୍କୃତି ଅକ୍ଷୁର୍ଣ୍ଣ ରହିଛି । ଆମକୁ ଆଜି ସେହିପରି ଦାୟିତ୍ୱବାନ ହୋଇ ସୁପ୍ରିମକୋର୍ଟରେ ଓଡ଼ିଆଙ୍କ ସଂଖ୍ୟା ଓ ପ୍ରଭାବ ବୃଦ୍ଧି କରିବାକୁ ହେବ ।

ଆଗାମୀ ଶତାବ୍ଦୀ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶା ଗଠନର ୨୦୩୬ ସୁଦ୍ଧା ୧୦୦ ବର୍ଷ ଏବଂ ଦେଶ ସ୍ୱାଧୀନତାର ୨୦୪୭ ସୁଦ୍ଧା ୧୦୦ ବର୍ଷ ପୂରଣ ହେବା ବେଳକୁ ଆମ ନ୍ୟାୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭାରତୀୟ ଏବଂ ମାତୃଭାଷା ଆଧାରିତ ହେବା ଆବଶ୍ୟକ । ଆମକୁ ପାଶ୍ଚାତ୍ୟ ଚିନ୍ତାଧାରାରୁ ବାହାରି ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ଆପଣାଇବାକୁ ପଡ଼ିବ ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande