
ଭୁବନେଶ୍ୱର, ୨୯ ଡିସେମ୍ବର (ହି.ସ)- ସ୍ମାର୍ଟ ମିଟର, ସିକ୍ୟୁରିଟି ଅର୍ଥ ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ଆଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନେ ବିକ୍ଷୋଭରେ ସାମିଲ ହୋଇଥିଲେ। ସରକାର ଓ ଟାଟା କମ୍ପାନୀ ଏଥରୁ ନିବୃତ ନହେଲେ ଗାଁ ଗାଁରେ ଆନ୍ଦୋଳନ ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା