
କେନ୍ଦୁଝର, 31 ଡିସେମ୍ବର (ହି.ସ.) - ଆଗାମୀ ୦୬/୦୧/୨୦୨୬ (ମଙ୍ଗଳବାରମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୫୪ ତମ ଜନ୍ମ ଦିବସ ପାଳିତ ହେବ। ଏହି ଅବସରରେ ଭାରତୀୟ ଜନତା ପାର୍ଟି କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଅଧ୍ୟକ୍ଷତା କରି ଥିବାବେଳେ ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦୁଝର ଗଡ଼ ପୌରାଧ୍ୟାକ୍ଷା ଶ୍ରୀମତୀ ନୀକୁ ସାହୁ, ଅନୁବ୍ରତ ବେହେରା, ଅଶ୍ୱିନୀ ପଟ୍ଟନାୟକ, କିରଣବାଳା ନାୟକଙ୍କ ସହ ସମସ୍ତ ଜିଲ୍ଲା ପଦାଧିକାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA