ବେହେରା ସାହି ଛକଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଗଣଦୌଡ଼ ମନା
ଭୁବନେଶ୍ୱର, ୩୧ ଡିସେମ୍ବର (ହି.ସ)- ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଗଣଦୌଡ଼କୁ କମିଶନରେଟ୍ ପୋଲିସ ବାରଣ କରିଛି। ଭୁବନେଶ୍ୱର ବେହେରା ସାହି ଛକଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଗଣଦୌଡ଼ ମନା କରାଯାଇଛି। କଳିଙ୍ଗ ଷ୍ଟାଡିୟମଠାରୁ ନନ୍ଦନକାନନ ଯାତାୟାତ ପ୍ରଭାବିତ ହେଉଥିବାରୁ ଏନେଇ ବିକଳ୍ପ ରାସ୍ତା ବାଛିବାକୁ ଆୟ
ବେହେରା ସାହି ଛକଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଗଣଦୌଡ଼ ମନା


ଭୁବନେଶ୍ୱର, ୩୧ ଡିସେମ୍ବର (ହି.ସ)- ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଗଣଦୌଡ଼କୁ କମିଶନରେଟ୍ ପୋଲିସ ବାରଣ କରିଛି। ଭୁବନେଶ୍ୱର ବେହେରା ସାହି ଛକଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଗଣଦୌଡ଼ ମନା କରାଯାଇଛି। କଳିଙ୍ଗ ଷ୍ଟାଡିୟମଠାରୁ ନନ୍ଦନକାନନ ଯାତାୟାତ ପ୍ରଭାବିତ ହେଉଥିବାରୁ ଏନେଇ ବିକଳ୍ପ ରାସ୍ତା ବାଛିବାକୁ ଆୟୋଜକମାନଙ୍କୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ୍ । ଆୟୋଜକ ଅନୁମତି ପାଇଁ ଆବେଦନ ଦାଖଲ କରିବା ସହ ସ୍ୱୀକୃତି ପତ୍ରକୁ ଅପେକ୍ଷା କରନ୍ତୁ ବୋଲି କହିଛି କମିଶନରେଟ୍ ପୋଲିସ୍‌।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande