ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ଅତିରିକ୍ତ ତହସିଲଦାର ଗିରଫ
ଭୁବନେଶ୍ୱର, 31 ଡିସେମ୍ବର (ହି.ସ.)- ଓଡିଶା ଭିଜିଲାନ୍ସ ଅନେକ ସ୍ଥାନରେ ରେଡ୍ କରିବାର ଦିନକ ପରେ, ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଗିରଫ କରିଛି । ଏହାପରେ ତାଙ୍କୁ ଭୁବନେଶ୍ୱରସ୍ଥିତ
ଆୟ ବହିର୍ଭୁତ ସଂପତି ଠୁଳ     କରିବା ଅଭିଯୋଗରେ ଅତିରିକ୍ତ ତହସିଲଦାର ଗିରଫ


ଭୁବନେଶ୍ୱର, 31 ଡିସେମ୍ବର (ହି.ସ.)- ଓଡିଶା

ଭିଜିଲାନ୍ସ ଅନେକ ସ୍ଥାନରେ ରେଡ୍ କରିବାର ଦିନକ ପରେ, ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ଆୟ

ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଗିରଫ କରିଛି । ଏହାପରେ ତାଙ୍କୁ ଭୁବନେଶ୍ୱରସ୍ଥିତ

ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯିବ।

ଭିଜିଲାନ୍ସ ସୂତ୍ର ଅନୁସାରେ, ଅଧିକାରୀଙ୍କ ସହ ସଂପୃକ୍ତ ଏକାଧିକ ସ୍ଥାନରେ ତଲାସୀ ସମୟରେ ତାଙ୍କ ଆୟ

ଠାରୁ ଅଧିକ ସଂପତିର ତାଲିକା ମିଳିଛି ।

ଜବତ ସମ୍ପତ୍ତି ମଧ୍ୟରେ

ଭୁବନେଶ୍ୱରରେ ଦୁଇଟି ବହୁମହଲା ଭବନ, ରାଜଧାନୀର ଉତ୍ତରା ଅଞ୍ଚଳରେ ଗୋଟିଏ ୨-ବିଏଚକେ ଫ୍ଲାଟ ଏବଂ ଖୋର୍ଦ୍ଧା

ସହରରେ ଅନ୍ୟ ଗୋଟିଏ ବହୁମହଲା ଭବନ ସାମିଲ ଅଛି।

ଏହା ସହିତ, ଦୁର୍ନୀତି ନିରୋଧକ ବ୍ୟୁରୋର ଅଧିକାରୀମାନେ ଚାରିଟି ମୂଲ୍ୟବାନ ପ୍ଲଟ, ପ୍ରାୟ ୫୬୦ ଗ୍ରାମ ସୁନା, ୩୬.୯୭ ଲକ୍ଷର ବ୍ୟାଙ୍କ ଜମା ରାଶି ଏବଂ ୭୩.୬୬ ଲକ୍ଷ ନଗଦ ଟଙ୍କା ଜବତ

କରିଛନ୍ତି। ଏହି ନଗଦ ରାଶି ଭୁବନେଶ୍ୱରର ବରଗଡ ବ୍ରିଟ୍ କଲୋନୀରେ ପଣ୍ଡାଙ୍କ ଶ୍ୱଶୁରଙ୍କ ଗୋଟିଏ

ବନ୍ଦ ଘରୁ ଜବତ କରାଯାଇଛି। କୁହାଯାଉଛି ଯେ, ତାଙ୍କ ଶ୍ୱଶୁର ଗୁରୁତର ଅସୁସ୍ଥ ଓ ବର୍ତ୍ତମାନ ଅତିରିକ୍ତ

ତହସିଲଦାରଙ୍କ ସହ ରହୁଛନ୍ତି।

ତଲାଶି ସମୟରେ ଗୋଟିଏ

ଚାରିଚକିଆ ଯାନ ମଧ୍ୟ ଜବତ କରାଯାଇଛି। ଭିଜିଲାନ୍ସ ଅଧିକାରୀମାନଙ୍କ କହିବା ଅନୁସାରେ, ଅଧିକାରୀ ଏହି ସମ୍ପତ୍ତିର ସ୍ରୋତ ସମ୍ପର୍କରେ ସନ୍ତୋଷଜନକ ଉତର

ଦେଇପାରିନଥିଲେ ।

ସୂଚନା ଅନୁସାରେ, ଜିତେନ୍ଦ୍ର କୁମାର ପଣ୍ଡା ୧୦ ନଭେମ୍ବର ୧୯୯୫ ରେ କଟକସ୍ଥିତ ପଶୁପାଳନ

ଓ ପଶୁଚିକିତ୍ସା ସେବା ନିର୍ଦ୍ଦେଶାଳୟରେ ବରିଷ୍ଠ ପ୍ରୟୋଗଶାଳା ସହାୟକ ଭାବେ ସରକାରୀ ସେବାରେ

ପ୍ରବେଶ କରିଥିଲେ। ସେ ପୁନର୍ବାସ ଯୋଜନା ଅନ୍ତର୍ଗତ ନିଯୁକ୍ତି ପାଇଥିଲେ ଏବଂ ସେତେବେଳେ ତାଙ୍କର

ପ୍ରାରମ୍ଭିକ ମାସିକ ବେତନ ୨,୦୦୦ ଟଙ୍କା ଥିଲା।

ରେଡ୍ ପରେ, ପଣ୍ଡାଙ୍କ ବିରୋଧରେ ଭିଜିଲାନ୍ସ ସେଲ୍ ପୋଲିସ ଥାନାରେ କେସ୍ ସଂଖ୍ୟା

୧୨/୨୦୨୫ ଅନୁଯାୟୀ ମାମଲା ରେଜିଷ୍ଟର କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande