ଆୟ ବହିର୍ଭୁତ ସଂପତି ଠୁଳ ମାମଲାରେ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ
ଭୁବନେଶ୍ୱର, 31 ଡିସେମ୍ବର (ହି.ସ.)- ଓଡିଶା ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲାର ବଞ୍ଚୋ ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟପାଳକ ଅଧିକାରୀ ଜିତେନ୍ଦ୍ର କୁମାର ଜେନାଙ୍କୁ ଗିରଫ କରିଛି। ସେ କେନ୍ଦୁଝର ଜିଲ୍ଲାର ହାଟାଡିହି ବ୍ଲକରେ ପଦ
ଆୟ ବହିର୍ଭୁତ ସଂପତି ଠୁଳ ମାମଲାରେ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କୁ ଗିରଫ କଲା ଓଡ଼ିଶା     ଭିଜିଲାନ୍ସ


ଭୁବନେଶ୍ୱର, 31 ଡିସେମ୍ବର (ହି.ସ.)- ଓଡିଶା ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ

କେନ୍ଦୁଝର ଜିଲ୍ଲାର ବଞ୍ଚୋ ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟପାଳକ ଅଧିକାରୀ ଜିତେନ୍ଦ୍ର

କୁମାର ଜେନାଙ୍କୁ ଗିରଫ କରିଛି। ସେ କେନ୍ଦୁଝର ଜିଲ୍ଲାର ହାଟାଡିହି ବ୍ଲକରେ ପଦସ୍ଥ ଥିଲେ।

ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ,

ଆଜି

ଜେନାଙ୍କୁ ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ), କେନ୍ଦୁଝର କୋର୍ଟରେ ହାଜର

କରାଯିବ। ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଆୟ ବହିର୍ଭୁତ ସମ୍ପତ୍ତି ମିଳିବା ପରେ

ନିଆଯାଇଛି।

ତଦନ୍ତ ସମୟରେ ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ତଲାସୀରେ ଶ୍ରୀ ଜେନାଙ୍କ ନିକଟରୁ ବିପୁଳ

ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ମିଳିଛି। ଏଥିରେ ଗୋଟିଏ ତିନିମହଲା ବାସଭବନ,

ଗୋଟିଏ

ଦୁଇମହଲା ବଜାର କମ୍ପ୍ଲେକ୍ସ (ଯାହାର ଆନୁମାନିକ ମୂଲ୍ୟ ୧.୩୪ କୋଟି ଟଙ୍କାଠାରୁ ଅଧିକ ବୋଲି

କୁହାଯାଇଛି), ଛଅଟି ପ୍ଲଟ,ପ୍ରାୟ ୧୦୦ ଗ୍ରାମ ସୁନା,

୩୪.୦୬

ଲକ୍ଷ ଟଙ୍କା ବ୍ୟାଙ୍କ ଜମା, ଗୋଟିଏ ଚାରିଚକିଆ ଯାନ ସହ ଅନ୍ୟାନ୍ୟ

ସମ୍ପତ୍ତି ସାମିଲ ଅଛି। ପଚାରାଉଚାରା ସମୟରେ ସେ ଏହି ସମ୍ପତ୍ତିଗୁଡ଼ିକର ବୈଧ ସ୍ରୋତ ସମ୍ପର୍କରେ

ସନ୍ତୋଷଜନକ ଉତର ଦେଇପାରିନଥିଲେ।

ଏହି ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ ଥାନା କେସ ସଂଖ୍ୟା ୨୦/୨୦୨୫ ଅନୁଯାୟୀ ଶ୍ରୀ

ଜିତେନ୍ଦ୍ର କୁମାର ଜେନାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande