ଭଦ୍ରକ ବରପଦା ଇଂଜିନିୟରିଂ କଲେଜ ଦୁର୍ନୀତି ଟଙ୍କାରେ ଅୟସକାନ୍ତିଙ୍କ ଅୟସ : କଂଗ୍ରେସ
ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)ଭଦ୍ରକ ସ୍ଥିତ ବରପଦା ଇଂଜିନିୟରିଂ କଲେଜ ଚଞ୍ଚକତା ମାମଲାକୁ ନେଇ ଆଜି କଂଗ୍ରେସ ଭବନରେ ଏକ ଗୁରୁତ୍ବପୂର୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଭଦ୍ରକ କଂଗ୍ରେସ
ଭଦ୍ରକ ବରପଦା ଇଂଜିନିୟରିଂ କଲେଜ ଦୁର୍ନୀତି ଟଙ୍କାରେ ଅୟସକାନ୍ତିଙ୍କ ଅୟସ : କଂଗ୍ରେସ


ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)ଭଦ୍ରକ ସ୍ଥିତ ବରପଦା ଇଂଜିନିୟରିଂ କଲେଜ ଚଞ୍ଚକତା ମାମଲାକୁ ନେଇ ଆଜି

କଂଗ୍ରେସ ଭବନରେ ଏକ ଗୁରୁତ୍ବପୂର୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି

ସମ୍ମିଳନୀରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ,

ଭଦ୍ରକ

କଂଗ୍ରେସ ବିଧାୟକ ପ୍ରାର୍ଥୀ ଅସିତ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ

ଘଟିଥିବା ଦୁର୍ନୀତିର ସୂଚନା ଦେଇଥିଲେ।

ପୂର୍ବତନ ସାଂସଦ ଶ୍ରୀ ସେଠୀ କହିଲେ,

ବିଜେପି

ଦଳ ଏକ ବଡ଼ ୱାସିଙ୍ଗ ମେସିନ ବୋଲି ପୁଣି ଥରେ ନିଜକୁ ପ୍ରମାଣିତ କରିଛି। ଯାହା ବିରୁଦ୍ଧରେ

ଦୁର୍ନୀତି ପାଇଁ ଇଡି ଅନୁସନ୍ଧାନ କରୁଛି ସେମାନଙ୍କୁ ବିଜେପିରେ ଦଳ ସାମିଲ କରୁଛି। ଏଥିରୁ

ପ୍ରମାଣିତ ହେଉଛି ଯେ, ମୋଦୀ ଏବଂ ଶାହାଙ୍କ ଯୋଡି

ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ମାଧ୍ଯମରେ ରାଜନୈତିକ ନେତାଙ୍କୁ ଭୟଭୀତ କରି ନିଜ ଦଳରେ ସାମିଲ

କରୁଛନ୍ତି। ଯେମିତି ଅପର ଦଳ ଗୁଡାକ ଦୁର୍ବଳ ହେବ। ପୁଣି ଦୁର୍ନୀତି ଅଭିଯୋଗ ଥିବା ନେତା

ବିଜେପିରେ ସାମିଲ ହେଲେ ସେମାନେ ଦୁର୍ନୀତିମୁକ୍ତ ଏବଂ କଳଙ୍କମୁକ୍ତ ହୋଇ ଯାଉଛନ୍ତି। ଭଦ୍ରକ ଇଞ୍ଜିନିଅରିଙ୍ଗ

କଲେଜ ଦୁର୍ନୀତି ଏବଂ ବିଜେଡି ନେତାଙ୍କ ବିଜେପିରେ ଯୋଗଦାନ ବିଜେପିର ଏକ ରଣନୀତି ବ୍ୟତୀତ ଅନ୍ୟ

କିଛି ନୁହେଁ ବୋଲି କହିଥିଲେ ।

ଭଦ୍ରକ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ବରପଦା ଇଞ୍ଜିନିୟରିଂ କଲେଜର

କେଳେଙ୍କାରୀର ସମସ୍ତ ଚିଠା ତଥ୍ୟ ପ୍ରମାଣ ଦେଇ କହିଲେ, ୧୯୫୬ ମସିହାରେ ଡ. ହରେକୃଷ୍ଣ ମହାତାବଙ୍କ ପରାମର୍ଶକ୍ରମେ ଭଦ୍ରକର

ଶିକ୍ଷାବିତ୍ ନରେନ୍ଦ୍ର ଦାଶ ଏବଂ ବରପଦା ଅଞ୍ଚଳରେ ସାଧାରଣ ଜନତାଙ୍କ ଦାନଜମି ଉପରେ ସରକାରୀ

ଇଞ୍ଜିନିୟରିଂ ସ୍କୁଲ ପ୍ରତିଷ୍ଠା ହୋଇଥିଲା । ୧୯୬୭ ମସିହାରେ ଏହା ବନ୍ଦ ହୋଇଯାଇଥିଲା। ସେହି

ବନ୍ଦ ହୋଇଯାଇଥିବା ସରକାରୀ ଇଞ୍ଜିନିୟରିଂ ସ୍କୁଲର କୋଠାବାଡ଼ି ଓ ଜମି ଉପରେ ୧୯୮୨ ମସିହାରେ

କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ଶ୍ରୀଯୁକ୍ତ ଯୁଗଳ କିଶୋର ପଟ୍ଟନାୟକଙ୍କ ଉଦ୍ୟମରେ ବରପଦା

ସ୍କୁଲ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (ବେଷ୍ଟ) ନାମରେ ଏକ ଇଞ୍ଜିନିୟରିଂ ସ୍କୁଲ ଅଣ

ରେଜିଷ୍ଟ୍ରି ଭୁକ୍ତ ପରିଚାଳନା କମିଟି ଉଦ୍ୟମରେ ପ୍ରତିଷ୍ଠିତ ହେଲା ଓ ୧୯୮୩ ମସିହାରେ ଏହା

ସରକାରୀ ସ୍ୱୀକୃତି ପାଇଲା । ୧୯୯୦ ମସିହାରେ ଜନତା ଦଳ ସରକାର କ୍ଷମତାକୁ ଆସିଲା ପରେ ପ୍ରଫୁଲ୍ଲ

ସାମଲ ବେଷ୍ଟ ପରିଚାଳନା କମିଟିକୁ ଇସ୍ତଫା ଦେବାକୁ ବାଧ୍ୟ କଲେ ନିଜେ ପରିଚାଳନା କମିଟି ଗଠନ କରି

ଏହାର ମୁଖ୍ୟ ରହିଲେ ଓ ୧୯୯୨-୯୩ ମସିହାରେ ସେହି ସ୍କୁଲ ବେଷ୍ଟ ସୋସାଇଟି ନାମରେ ଏକ ପରିଚାଳନା

କମିଟି ଗଠନ କରି ସରକାରୀ ରେଜିଷ୍ଟ୍ରି ଭୂକ୍ତ କଲେ । ୧୯୯୫ ମସିହାରେ କଂଗ୍ରେସ ସରକାରକୁ ଆସିଲା

ପରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ରାଉତ ସୈହ ବେଷ୍ଟ ପରିଚାଳନା କମିଟିର ସଭାପତି ରହିଲେ। ଡିଗ୍ରୀ, ଏମବିଏ,ଏମସିଏ, ଆଇଟିଆଇ ଖୋଲାଗଲା।

୨୦୦୦ ମସିହାରେ ବିଜେଡ଼ି ସରକାର କ୍ଷମତାକୁ ଆସିଲା ପରେ ପ୍ରଫୁଲ୍ଲ ସାମଲ ପୁଣି ରାଜନୈତିକ

କୌଶଳ ପ୍ରୟୋଗ କରି ପରିଚାଳନା କମିଟି ନିଜ ହାତକୁ ନେଲେ । ପୁରୁଣା ବାଏ-ଏ ଅନୁସାରେ ସ୍ଥାନୀୟ

ବିଧାୟକ ସଭାପତି ରହିବାର ନିୟମ ଥିଲେ ମଧ୍ୟ ୨୦୦୭ ମସିହାରେ ପ୍ରଫୁଲ୍ଲ ବାବୁ ବିଧାୟକ ନଥାଇ

ବାଏ-ଲ’କୁ ଆମୂଳଚୁଳ ପରିବର୍ତ୍ତନ

କରି ବ୍ୟଭିକେନ୍ଦ୍ରିକ କରିଦେଲେ । ଏହାପରେ ତାଙ୍କ ପୁଅ, ବନ୍ଧୁବାନ୍ଧବ,

ଚାକର

ବାକରଙ୍କୁ ସୋସାଇଟ ପରିଚାଳନା କମିଟିର ସଭ୍ୟ କରି ୨୦୦୯ ମସିହାରେ ତାଙ୍କ ପୁଅ ପ୍ରୟାସକାନ୍ତ

ସାମଲଙ୍କୁ ପରିଚାଳନା କମିଟିର ସଭାପତି କରି ତାଙ୍କ ହାତରେ ସମସ୍ତ କ୍ଷମତା ପ୍ରଦାନ କଲେ ।

ବର୍ଷକୁ ୨୦ରୁ ୨୨ କୋଟି ରୋଜଗାର ଥୁଲାବେଳେ ଅନୁଷ୍ଠାନର ଖଚ୍‌ର୍ଚ ବର୍ଷକୁ ମାତ୍ର ୮ କୋଟି ଟଙ୍କା

ଥୁଲା ଓ ଅନ୍ୟ ସମସ୍ତ ଟଙ୍କା ଚଳୁ କରିଦେଇଥିଲେ। ପ୍ରଫୁଲ୍ଲ ବାବୁ ଲିଆସନ ଅଫିସ ଆଳରେ ସମସ୍ତ ଖର୍ଚ୍ଚ

ଉଠାଉଥିଲେ । ତାଙ୍କ ପରିବାରର ଭଙ୍ଗା ଦଦରା ବସକୁ ଅନୁଷ୍ଠାନରେ ଭଡ଼ା ଲଗାଇବ କୋଟି କୋଟି ଟଙ୍କା

ନେଉଥିଲେ । ପ୍ରଫୁଲ୍ଲ ସାମଲ ପୁଅ ପ୍ରୟାସକ୍ରାନ୍ତି ଓରଫ ଲୁଲୁ ସାମଲ ଭୁବନେଶ୍ବର କଣ୍ଟାବାଡ଼

ଠାରେ ବେଷ୍ଟେ ଟଙ୍କାରେ ପ୍ରତିଷ୍ଠା ହୋଇଥିବା ଏକ ଇଞ୍ଜିନିୟରିଂ କଲେଜର ବିଏଟ (ଭଦ୍ରକ ଏକାଡେମି

ଅଫ ଟେକ୍ନୋଲେଜି) ୪୦ ଏକର ଜମି ଓ କୋଠାବାଢ଼ି ବିକୁ ଚଳୁ କରିଦେଲେ ଓ ଅନୁଷ୍ଠାନକୁ ଟଙ୍କାଟିଏ

ଫେରାଇଲେ ନାହିଁ ଓ କିଛି ଜମିବାଡ଼ି ନିଜ ନାମରେ କରିନେଲେ।

ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲ,

ବୋହୁ

ଅର୍ପିତା ଜେନା ଇତ୍ୟାଦିଙ୍କ ଦ୍ୱାରା ଅନୁଷ୍ଠାନର ମେରି ରାୟ ନୀତି ଚାଲିଲା। କର୍ମଚାରୀମାନଙ୍କ

ଦରମା, ଇପିଏଫ, ବ୍ୟାଙ୍କ ଲୋନ, ଏଲଆଇସି ନଦେବାରୁ କର୍ମଚାରୀମାନେ

ପ୍ରତିବାଦ କଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande