ତହଁକ କୁଟୁମ ର ଭାବର ଭେଟ୍
ବଲାଙ୍ଗିର, ୭ ଡିସେମ୍ବର (ହି.ସ.)- ଭାବରେ ମଣିଷ ବନ୍ଧା, ଭାବ ହିଁ ମଣିଷକୁ ନିବିଡ ସମ୍ପର୍କ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସ୍ଥାନୀୟ ପଥରଚେପା ପଞ୍ଚବଟୀ ଉଦ୍ୟାନରେ ତହଁକ ସାହିତ୍ୟ କୁଟୁମର ଭାବର ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସାହିତ୍ୟିକ ଓ ସାମ୍ବାଦିକ ମାନଙ୍କ ମଧ୍ୟ
ତହଁକ କୁଟୁମ ର ଭାବର ଭେଟ୍


ବଲାଙ୍ଗିର, ୭ ଡିସେମ୍ବର (ହି.ସ.)- ଭାବରେ ମଣିଷ ବନ୍ଧା, ଭାବ ହିଁ ମଣିଷକୁ ନିବିଡ ସମ୍ପର୍କ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସ୍ଥାନୀୟ ପଥରଚେପା ପଞ୍ଚବଟୀ ଉଦ୍ୟାନରେ ତହଁକ ସାହିତ୍ୟ କୁଟୁମର ଭାବର ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସାହିତ୍ୟିକ ଓ ସାମ୍ବାଦିକ ମାନଙ୍କ ମଧ୍ୟରେ ଭାବ ବିନିମୟ ହୋଇଥାଏ । କୋସଲି ଭାସାର ସାମ୍ବିଧାନିକ ମାନ୍ୟତରେ ଅବହେଲା କେଉଁଠି ଏବଂ ଏହା ଉପରେ ସାମ୍ବାଦିକ ଓ ସାହିତ୍ୟକ ମାନଙ୍କ ଭୂମିକା କେତେ ଆବଶ୍ୟକ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ କବି ଓ ସାମ୍ବାଦିକ। ଆଗାମୀ ଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ରଖାଯାଇଥିଲା। ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ମନୋରଞ୍ଜନ ଯୋଷୀ, ପୂର୍ଣଚନ୍ଦ୍ର ପଣ୍ଡା, ମୁକେଶ ବହିଦାର, ବିଭୂକଲ୍ୟାଣ ଗଡତ୍ୟା, ଅଭିଲାଶ ହୋତା, ସାନୁଜ ମିଶ୍ର ଯୋଗଦେଇ ତହଁକର ଭାସା ଆନ୍ଦୋଳନ ଆଗାମୀ ଦିନରେ ନିଶ୍ଚୟ ଏକ ଉଲଗୁଲାନ ସୃଷ୍ଟି କରିବ ବୋଲି ମତ ରଖିଥିଲେ । କବି ନିରଞ୍ଜନ ପଣ୍ଡା, ନିରୁପମା ମିଶ୍ର, ଗୋପାଳ ମେହେର, ମଞ୍ଚାସୀନ ଥିବାବେଲେ କବି ଶ୍ରୀୟାକାନ୍ତ ଦାସ ସଭା ସଂଯୋଜନା କରିଥିଲେ । ସଂପାଦକ ରାଜେଶ ଦଣ୍ଡସେନା ତହଁକ ପ୍ରତି ସାମ୍ବାଦିକ ମାନଙ୍କର ସହଯୋଗ ହିଁ ଅନୁଷ୍ଠାନ ଏବଂ ଭାଷା କୁ ଆଗକୁ ନେବାରେ ଉତ୍ସାହିତ କରୁଛି ବୋଲି କହିଥିଲେ, ମୂଖ୍ଯ ସଂପାଦକ ଅର୍ଜୁନ କୁମାର ସାହୁ ତହଁକ କୋସଲି ଭାସାର ସୁରକ୍ଷାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଆଗାମୀ ଦିନରେ ଲୋକଙ୍କ ଭିତରେ ସଚେତନ କରିବାକୁ ପ୍ରଚେଷ୍ଟା କରାଯିବ ବୋଲି ମତ ରଖିଥିଲେ ।

ଏହି ଅବସରରେ ମନ୍ଥନ ଖବରକାଗଜ ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ପଧାନ ଏବଂ ଅବାହୁଡାଶର ସମ୍ପାଦକ ନିରଞ୍ଜନ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା। କବି ମିଲନ ପଣ୍ଡା, ଭରତ ମେହେର, ଦିଲ୍ଲିପ ମିଶ୍ର, ସୁଦେଷ୍ନା ମିଶ୍ର, ପ୍ରଭାସିନି ଭୋଇ, ରବିନ୍ଦ୍ର କୁମାର ସାହୁ, ସୁଶାନ୍ତ ବାଗ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ କବି ଗୋପିନାଥ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande