
କେନ୍ଦ୍ରାପଡା, ୭ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମୁହିକ ଯୋଗ ଶିବିର ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରସିଦ୍ଧ ଯୋଗ ଗୁରୁ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଶ୍ରୀ ଶ୍ରୀ ରବିଶଙ୍କର ମହାରାଜଙ୍କ ଆହ୍ୱାନ କ୍ରମେ ମାନବ ଜୀବନରେ ସୁସ୍ଥ ଶରୀର, ମାନବିକ ମୂଲ୍ୟବୋଧ, ପବିତ୍ର ଭାବନାର ଜାଗରଣ ସହ ଯୌଗିକ କ୍ରିୟା ଦ୍ୱାରା ଶରୀର ସହ ଆତ୍ମାକୁ ସଂଯୋଗ କରାଇ ବ୍ୟକ୍ତିତ୍ୱର ବିକାଶ ଘଟାଇବା ମୁଖ୍ୟ ଉଦ୍ଦେଶ୍ୟ ଥିବାବେଳେ ପ୍ରଶାସନ ପକ୍ଷରୁ ଏହାକୁ ଉତ୍ସାହିତ କରାଯାଇ ଶିବିରର ଆୟୋଜନ ହୋଇଥିଲା ।
ଏହି ଶିବିରିକୁ ଜିଲ୍ଲପାଳ ରଘୁରାମ ଆର ଆୟାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଯୋଗ ଗୁରୁ ଅଜୟ ରାଉତ ଓ ମାଇଁ ଭାରତର ଗୋଲି ତିରୁପତି ରେଡି ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ସ୍କୁଲ ଓ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ମାନପତ୍ର ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି