ରାଜ୍ୟରେ ନଦୀ ନୀତି ଓ ନଦୀ ମିଶନ ଲାଗୁ କରିବାକୁ ଦାବି
ଭୁବନେଶ୍ୱର, 26 ଫେବୃୟାରୀ (ହି.ସ.) - ରାଜ୍ୟରେ ଲାଗୁ ହେଉ ନଦୀ ନୀତି ଓ ନଦୀ ମିଶନ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏଭଳି ଦାବି ରଖିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି । ଗଙ୍ଗୁଆ ନାଳ ଓ ଦୟା ନଦୀ ଜଳ ଦୂଷିତ ହେବାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି ମହାନଦୀ ବଞ୍ଚାଅ
ରାଜ୍ୟରେ ନଦୀ ନୀତି ଓ ନଦୀ ମିଶନ ଲାଗୁ     କରିବାକୁ ଦାବି


ଭୁବନେଶ୍ୱର, 26 ଫେବୃୟାରୀ (ହି.ସ.)

- ରାଜ୍ୟରେ ଲାଗୁ ହେଉ ନଦୀ ନୀତି ଓ ନଦୀ ମିଶନ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି

ଏଭଳି ଦାବି ରଖିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟି । ଗଙ୍ଗୁଆ ନାଳ ଓ ଦୟା ନଦୀ ଜଳ ଦୂଷିତ ହେବାକୁ ନେଇ ଆଜି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦୟା ସୁରକ୍ଷା ଅଭିଯାନ ଓ ଚିଲିକା ବଞ୍ଚାଅ ଅଭିଯାନର ପ୍ରତିନିଧି ଦଳ । ନଦୀ ଗୁଡିକ ଜଳ

ଦୂଷିତ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନାଳ ଜଳ ନଦୀରେ ମିଶିବା

ପୂର୍ବରୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ଦେଇ ବିଶୁଦ୍ଧ କରିବାକୁ ପ୍ରସ୍ତାବ ଦେଇଛି ପ୍ରତିନିଧି ଦଳ ।

ସେହିପରି ଗଙ୍ଗୁଆ ନାଳକୁ ନଦୀର ମାନ୍ୟତା ଦେବା, ମହାନଦୀ ଜଳ ବିବାଦର

ତ୍ୱରିତ ସମାଧାନ ରାସ୍ତା ବାହାର କରିବା ଓ ନଦୀ ନଦୀ ଗୁଡିକର ଜବରଦଖଲ ଉଛେଦ ପାଇଁ ନଦୀ ଦାବି

କରିଛି ପ୍ରତିନିଧି ଦଳ । ତେବେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା ସକାରାତ୍ମକ ରହିଥିବା ବେଳେ ଖୁବ

ଶୀଘ୍ର ଏ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବା ପ୍ରତିକ୍ରିୟା

ରଖିଛନ୍ତି କମିଟି ସଦସ୍ୟ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande