ଚୋରି ମୋଟର ସାଇକେଲ ଉଦ୍ଧାର : ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ
ବଲାଙ୍ଗିର, ୧୨ ମାର୍ଚ୍ଚ (ହି.ସ.)- ଗତ ଫେବୃଆରୀ ୧୩ ତାରିଖ ଦିନ କୁମୁଡ଼ିପଦର ଠାରୁ ଏକ ବାଇକ ଚୋରି ହୋଇଥିବା ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ତଦନ୍ତ କରିବା ପାଇଁ ଘଟଣା ସ୍ଥଳକୁ ଯାଇ ବିଭିନ୍ନ ତଥ୍ୟକୁ ଆଧାର କରି ମଙ୍ଗଳବାର ଲହି
ଚୋରି  ମୋଟର ସାଇକେଲ ଉଦ୍ଧାର : ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ


ବଲାଙ୍ଗିର, ୧୨ ମାର୍ଚ୍ଚ (ହି.ସ.)- ଗତ ଫେବୃଆରୀ ୧୩ ତାରିଖ ଦିନ କୁମୁଡ଼ିପଦର ଠାରୁ ଏକ ବାଇକ ଚୋରି ହୋଇଥିବା ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ତଦନ୍ତ କରିବା ପାଇଁ ଘଟଣା ସ୍ଥଳକୁ ଯାଇ ବିଭିନ୍ନ ତଥ୍ୟକୁ ଆଧାର କରି ମଙ୍ଗଳବାର ଲହି ଘଟଣାରେ ଥିବା ସଂପୃକ୍ତ ଦୁଇ ଅଭିଯୁକ୍ତ ପ୍ରସାନ୍ତ ମହାନନ୍ଦ ଓ ସଞ୍ଜୟ ସାହୁଙ୍କୁ ଗିରଫ କରିଥିଲେ । ସେମାନଙ୍କୁ ପଚରା ଉଚୁରା କରିବା ପରେ ବାଇକ ଉଦ୍ଧାର କରିବା ସହ ସେମାନେ ନିଜର ଦୋଷ ସ୍ୱୀକାର କରିଥିଲେ ଫଲରେ ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଶ୍ରୀମତି ବେହେରା ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande