ଯାଜପୁର ସାଂସଦଙ୍କ ଜନ୍ମ ଦିନ ଅବସରରେ ସମୂହ ଦୀପ ଦାନ
ଧର୍ମଶାଳା,୧୨ମାର୍ଚ୍ଚ(ହି.ସ.) - ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରାଙ୍କ ଜନ୍ମଦିନ ଅବସରରେ ବିଜେପି କର୍ମୀମାନଙ୍କ ପକ୍ଷରୁ ମନ୍ଦିରରେ ପୂଜା କରାଯିବା ସହ ସମୂହ ଦୀପଦାନ କରାଯାଇଛି । ରସୁଲପୁର ବ୍ଲକ ୩୬ ନଂ ଜୋନ ବିଜେପିର କର୍ମକର୍ତା ଓ ସମର୍ଥକମାନେ ତାଙ୍କର ମଙ୍ଗଳ କାମନା ଓ ଦୀର୍ଘାୟୁ କାମନା କ
ଯାଜପୁର ସାଂସଦଙ୍କ ଜନ୍ମ ଦିନ ଅବସରରେ ସମୂହ ଦୀପ ଦାନ


ଧର୍ମଶାଳା,୧୨ମାର୍ଚ୍ଚ(ହି.ସ.) - ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରାଙ୍କ ଜନ୍ମଦିନ ଅବସରରେ ବିଜେପି କର୍ମୀମାନଙ୍କ ପକ୍ଷରୁ ମନ୍ଦିରରେ ପୂଜା କରାଯିବା ସହ ସମୂହ ଦୀପଦାନ କରାଯାଇଛି । ରସୁଲପୁର ବ୍ଲକ ୩୬ ନଂ ଜୋନ ବିଜେପିର କର୍ମକର୍ତା ଓ ସମର୍ଥକମାନେ ତାଙ୍କର ମଙ୍ଗଳ କାମନା ଓ ଦୀର୍ଘାୟୁ କାମନା କରି ସ୍ଥାନୀୟ ସିଦ୍ଧେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ଏବଂ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରି ସମୂହ ଦାନଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରୀ ବିଜେପି ନେତା ଦେବେନ୍ଦ୍ର ଦାସ,ବ୍ରହ୍ମବରଦା ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ମହାରଣା,ଜିଲା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ପ୍ରଫୁଲ୍ଲ ଗିରି,ବିଜେପି ନେତା ପ୍ରଦିପ ଦାସ,ଜିଲା କୃଷକ ମୋର୍ଚ୍ଚା ଉପ-ସଭାପତି ସୌଭାଗ୍ୟ ମିଶ୍ର,ଆଶୁ ବାରିକ୍‌,ଅନିଲ ରାଉତ,ବିକାଶ ରାଉତ,ମିଥୁନ କୁଣ୍ଡୁ,ପ୍ରଶାନ୍ତ ଦାସ,ସିପୁନ ଘଡାଇ,ଚିତ ରଂଜନ ଗନ୍ତାୟତ,ପ୍ରଶାନ୍ତ ରାଉତ,ଚିତ ରଂଜନ ଦାସ,ହରିହର ସାମଲ,ମମତା ସାହୁ,ଅନୂସୟା ରାଉତ,ପ୍ରଶାନ୍ତ ମହାନ୍ତି ଓ ବିଦ୍ୟାଧର ଘଡାଇ ପ୍ରମୁଖ ଯୋଗ ଦେଇ ତାଙ୍କର ଦୀର୍ଘାୟୁ କାମନା କରିଥିଲେ ।

----------------

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande