ପୋଲିସର ବାଲି ଘାଟ ଚଢ଼ାଉ : ୨ ହାଇୱା, ୨ ଜେସିବି, ୧ କାର ଜବତ : ୬ ଅଟକ
ଚମ୍ପୁଆ, 14 ମାର୍ଚ୍ଚ (ହି.ସ.)ଚମ୍ପୁଆ ତହସିଲ ଅନ୍ତର୍ଗତ ଜ୍ୟୋତିପୁର ମାଳିପଶି ବୈତରଣୀ ନଦୀ ଘାଟରୁ ବାଲି ଚୋରା ଚାଲାଣ ସମୟ ରେ ବାରିଆ ପୋଲିସ ଚଢ଼ାଉ କରି ୨ ଟି ହାଇୱା,୨ ଟି ଜେସିବି ସହ ଗୋଟିଏ କାର ଜବତ କରିବା ସହ ବାଲି ଚୋରା ଚାଲାଣରେ ସମ୍ପୃକ୍ତ ୬ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ମାଫିଆ ମାନେ ବଙ୍
ପୋଲିସର ବାଲି ଘାଟ ଚଢ଼ାଉ : ୨ ହାଇୱା, ୨ ଜେସିବି, ୧ କାର ଜବତ : ୬ ଅଟକ


ଚମ୍ପୁଆ, 14 ମାର୍ଚ୍ଚ (ହି.ସ.)ଚମ୍ପୁଆ ତହସିଲ ଅନ୍ତର୍ଗତ ଜ୍ୟୋତିପୁର ମାଳିପଶି ବୈତରଣୀ ନଦୀ ଘାଟରୁ ବାଲି ଚୋରା ଚାଲାଣ ସମୟ ରେ ବାରିଆ ପୋଲିସ ଚଢ଼ାଉ କରି ୨ ଟି ହାଇୱା,୨ ଟି ଜେସିବି ସହ ଗୋଟିଏ କାର ଜବତ କରିବା ସହ ବାଲି ଚୋରା ଚାଲାଣରେ ସମ୍ପୃକ୍ତ ୬ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ମାଫିଆ ମାନେ ବଙ୍ଗୀୟ ଢାଞ୍ଚାରେ ବୈତରଣୀ ନଦୀ ଗର୍ଭରେ ଡ଼ଙ୍ଗା ଲଗାଇ ବାଲି ଉତ୍ତୋଳନ କରି ଦୈନିକ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ କରୁଥିବା ବେଳେ ମାଳିପଶି ସଂରକ୍ଷିତ ଜଙ୍ଗଲରେ ବାଲି ଡିପୁ କରି ବାଲିର ପାହାଡ଼ କରି ରଖିଥିଲେ। ବିଳମ୍ବିତ ରାତିରେ ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ୱରେ ବାରିଆ ଥାନା ଅଧିକାରୀ ରଞ୍ଜୁ ହାସିନି କୁଲୁ ବାଲି ଘାଟ ଚଢ଼ାଉ କରି ୨ ଟି ହାଇୱା ଗାଡି, ୨ ଟି ଜେସିବି ଓ ଗୋଟିଏ କାର ଜବତ କରିବା ସହିତ ୬ ଜଣଙ୍କୁ ଅଟକ ରଖିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande