ଜଳୁଛି ଜଙ୍ଗଲ, ଶୋଇ ରହିଛି ବନବିଭାଗ
ଜଳୁଛି ଜଙ୍ଗଲ, ଶୋଇ ରହିଛି ବନବିଭାଗ
ଜଳୁଛି ଜଙ୍ଗଲ, ଶୋଇ ରହିଛି ବନବିଭାଗ


ଜଳୁଛି ଜଙ୍ଗଲ, ଶୋଇ ରହିଛି ବନବିଭାଗ


ସମ୍ବଲପୁର, ୧୪ ମାର୍ଚ୍ଚ (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଡ଼ରମା ରେଞ୍ଜ କାର୍ଯ୍ୟାଳୟ ପଛପଟ ଜଙ୍ଗଲ ହୁ ହୁ ହୋଇ ଜଳୁଥିବା ବେଳେ ଜାଣି ପାରୁନାହିଁ ବନବିଭାଗ ।ଖାଲି ଏତିକି ନୁହେଁ, ରେଞ୍ଜ କାର୍ଯ୍ୟାଳୟ ଚର୍ତୁପାର୍ଶ୍ବ ଜଙ୍ଗଲ ଜଳୁଥିଲେ ମଧ୍ୟ୍ୟ ବନ ବିଭାଗ ଅଧିକାରୀ ବା କର୍ମଚାରୀଙ୍କ ପତ୍ତା ମିଳୁନି । ଏଭଳି ଏକ ଦୃଶ୍ୟ ଶୁକ୍ରବାର ଅପରାହ୍ନରେ ଦେଖିବାକୁ ମିଳିଛି । ସୂଚନାନୁଯାୟୀ ଉଷାକୋଠି ଅଭୟରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ ଲିଗିଥିଲା, ଏପରିକି ବଡ଼ରମା ରେଞ୍ଜରୁ ମାତ୍ର ୩ ଶହ ମିଟର ଉଡ଼ଶୁଙ୍ଗ ରାସ୍ତା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ପାଖ ଜଙ୍ଗଲରେ ନିଆଁ ଲାଗିଥିଲେ ମଧ୍ୟ ବନ ବିଭାଗ ଅଧିକାରୀ କିପରି ଜାଣି ପାରୁନାହାନ୍ତି ତାହା ତଦନ୍ତ ସାପେକ୍ଷ। ବନ ବିଭାଗର ଏହିଭଳି ଖାମଖିଆଲି ମନୋଭାବ ଫଳରେ ଉଷାକୋଠି ଅଭୟରଣ୍ୟ ଦିନକୁ ଦିନ ଧ୍ବଂସାଭିମୁଖୀ ହେବାରେ ଲାଗିଛି । ଗୋଟିଏ ପଟେ ଅଭୟରଣ୍ୟ ଜଙ୍ଗଲ ଥିବାରୁ ଜାତୀୟ ରାଜପଥ ପ୍ରଶସ୍ତି କରଣରେ ବାଧକ ସାଜୁଥିବା ଯୋଗୁଁ ହୋଇ ପାରୁନଥିବା ବେଳେ ବନବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏବେ ଉଷାକୋଠି ଅଭୟରଣ୍ୟ ଜଳି ପୋଡ଼ି ନଷ୍ଟ ହେବାରେ ଲାଗିଛି । ଏହିପରି ନିଆଁ ଲାଗିବା ଫଳରେ ଅଭୟରଣ୍ୟରୁ ବହୁ ଦୁର୍ଲ୍ଲଭ ମୂଲ୍ୟବାନ ଗଛ, ଔଷଧୀୟ ଗଛ ନଷ୍ଟ ହେବାରେ ଲାଗିଛି l ସେହିପରି ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ହଠାତ୍ ଅଞ୍ଚଳରେ ଗ୍ରୀଷ୍ମର ପ୍ରଭାବ ଅନୁଭୂତ ହେଉଛି । ପ୍ରତିବର୍ଷ ମାର୍ଚ୍ଚ ମାସ ପ୍ରଥମରୁ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖିବାକୁ ମିଳିଛି । ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ଚଳିତ ବର୍ଷ ଅଧିକ ମାତ୍ରାରେ ଅଭୟାରଣ୍ୟରେ

ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବଡ଼ରମା ରେଞ୍ଜ କାର୍ଯ୍ୟାଳୟ ପଛପଟ ଜଙ୍ଗଲରେ ନିଆଁ ଲାଗୁଥିଲେ ମଧ୍ୟ୍ୟ ବନ ବିଭାଗ କିପରି ଜାଣି ପାରୁନାହିଁ । ଯାହାକି ବନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବଡ଼ରମା ରେଞ୍ଜ ଅଧିନସ୍ଥ ଚେପଟଆମ୍ଭ ମେଚ୍ଛାମୁଣ୍ଡା, ଗନ୍ତାଵ, ଚିରୁଗୁଣୀ ଖୋଲ, ଖରମୁଣ୍ଡା ଭଳି ଅନେକ ସ୍ଥାନରେ ଥିବା ଜଙ୍ଗଲ ଗୁଡିକରେ ଦୈନନ୍ଦିନ ନିଆଁ ଲାଗିବା ଏବେ ସାଧାରଣ ଘଟଣାରେ ପରିଣତ ହୋଇଛି। ଏଣୁ ବନବିଭାଗ ଏବେଠାରୁ ଏ ଦିଗରେ ଉଚିତ ପଦକ୍ଷେପ ନେଲେ ଉଷାକୋଠି ଅଭୟରଣ୍ୟ ସୁରକ୍ଷିତ ରହିବ ନଚେତ୍ ଆଗାମୀ କିଛି ଦିନ ମଧ୍ୟରେ ଧ୍ବଂସ ସ୍ତୁପରେ ପରିଣତ ନହେବ କିଏ ବା କହିବ ! ଅଭୟାରଣ୍ୟରେ ନିଆଁ ଲାଗିବା ସଂପର୍କରେ ବନବିଭାଗ ଅଧିକାରୀ ଗିରିଧାରୀ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ 'ମୁଁ ଫିଲଡ଼ ଆର୍ଗନ ଆଡ଼କୁ ଅଛି, ନିଆଁକୁ ଆୟତ୍ତ କରିବାପାଇଁ କର୍ମଚାରୀଙ୍କୁ ପଠାଉଛି' ବୋଲି ସଫେଇ ଦେବା କେତେଦୂର ଗ୍ରହଣୀୟ ତାହା ବିଭାଗର ଉଚ୍ଚ କର୍ତ୍ତୁପକ୍ଷଙ୍କ ଉପରେ ନିର୍ଭର କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande