ପିକଅଫ ଗାଡି ଦୁର୍ଘଟଣା ରେ ପୁଅ, ବାପା ମୃତ ମା ଗୁରୁତ୍ତର, ଡ୍ରାଇଭର ଫେରାର
ଭବାନୀପାଟଣା 14ମାର୍ଚ୍ଚ (ହିଁ. ସ )ଆଜି ସକାଳ ପ୍ରାୟ 5ଘଣ୍ଟା ସମୟ ରେ ବୋର୍ଦା ପୋଲିସ ନିକଟ ବୁଡ଼ା ପଡା ଛକ ନିକଟ ରାଜ ରାସ୍ତା ରେ ବୋର୍ଦା ର ରାଜେଶ ଜୈନ ଙ୍କ ପିକ ଅପ ଗାଡି ନମ୍ବର -ଓ ଡି 08ଜେ --8712.ଏକ ବାଇକ ଗାଡି ନମ୍ବର -ଓ ଡି. 08କ୍ଯୁ -6205,ସି ଟି 100କୁ ଜୋର ରେ ସମ୍ମୁଖରୁ ଚାପି ଦେଇ ପ୍ରାୟ
ପିକଅଫ ଗାଡି ଦୁର୍ଘଟଣା ରେ ପୁଅ, ବାପା ମୃତ ମା ଗୁରୁତ୍ତର, ଡ୍ରାଇଭର ଫେରାର


ଭବାନୀପାଟଣା 14ମାର୍ଚ୍ଚ (ହିଁ. ସ )ଆଜି ସକାଳ ପ୍ରାୟ 5ଘଣ୍ଟା ସମୟ ରେ ବୋର୍ଦା ପୋଲିସ ନିକଟ ବୁଡ଼ା ପଡା ଛକ ନିକଟ ରାଜ ରାସ୍ତା ରେ ବୋର୍ଦା ର ରାଜେଶ ଜୈନ ଙ୍କ ପିକ ଅପ ଗାଡି ନମ୍ବର -ଓ ଡି 08ଜେ --8712.ଏକ ବାଇକ ଗାଡି ନମ୍ବର -ଓ ଡି. 08କ୍ଯୁ -6205,ସି ଟି 100କୁ ଜୋର ରେ ସମ୍ମୁଖରୁ ଚାପି ଦେଇ ପ୍ରାୟ 12ମିଟର ଘୋଷାରି ଏକ ଜମି ରାସ୍ତା ତଳକୁ ନେଇ ଥିଲା, ଫଳରେ ବାଇକ ରେ ଥିବା ସ୍ୱାମୀ ସ୍ତ୍ରୀ ଓ ତିନି ବର୍ଷ ର ପୁଅ ଦୁର୍ଘଟଣା ସ୍ଥଳ ରେପୁଅ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ସ୍ତ୍ରୀ ଭୟଙ୍କର ଗୁରୁତ୍ତର କୁ ବୁର୍ଲା ଡାକ୍ତର ଖାନା ନେବା ବେଳେ ବାଟରେ ସ୍ୱାମୀ ଜିତେନ୍ ପରା ଭୋଏ ମୃତ୍ୟୁ ଘଟିଯାଇଛି,,ଏବଂ ସ୍ତ୍ରୀ ମାଧୁରୀ ପରା ଭୋଏ ଗୁରୁତ୍ତର, ଅଛନ୍ତି,ତିନି ବର୍ଷ ର ପୁଅର ଶବ ବ୍ୟବଚ୍ଛେଦ ଭବାନୀପାଟଣା ମୁଖ୍ୟ ଡାକ୍ତର ଖାନା ରେ ହୋଇ ପରିବରଙ୍କୁ ହସ୍ତାନ୍ତର କରାଯାଇଥିଲା, ପ୍ରକାଶ ଥାଉକି ଯେ ନର୍ଲା ପାଖର ପଠା ଙ୍ଗ ପଡା ରୁ ବିବାହ ଭୋଜିଖାଇବାକୁ ବୁଡ଼ା ପଡା (ବୋର୍ଦା, borda )ନିକଟ ଗ୍ରାମ କୁ ଆସିଥିଲେ, ବିବାହ କାର୍ଯ୍ୟକ୍ରମ ସାରି ବାଇକ ରେ ମୃତ୍ୟୁ ସ୍ୱାମୀ ଜିତେନ୍ ପରା ଭୋଏ ନିଜ ସ୍ତ୍ରୀ ଓ 3ବର୍ଷ ର ଶିଶୁ କୁ ବାଇକ ରେ ନିଜ ଗାଁ ପଟାଂଗ ପଡା (ନର୍ଲା )ଅଭିମୁଖେ ଯାଉଥିଲା, ଏହି ପିକ ଅପ ଗାଡି ନର୍ଲା କୁ ବିବାହ ରେ ଆସିଥିବା ଲୋକ ମାନଙ୍କୁ ନେଇ ଦେଇ ଫେରୁଥିବା ବେଳେ ଜୋର ରେ ବାଇକ କୁ ସମ୍ମୁଖରେ ଚାପି ଦେଇ ଥିଲା, ଯାହାକି ବାଇକ କୁ ପ୍ରାୟ 12ମିଟର ଘୋଷାରି ନେଇ ଏକ ଖୁଣ୍ଟ ରେ ରହିଯାଇଥିଲା. ଏତେ ଜୋର ରେ ଘୋଷାରି ଥିଲା ଯେ ବାଇକ ପିକ ଅପ ର ସମ୍ମୁଖର ଭିତରେ ଲାଗି ଯାଇଛି.. ଖବର ପାଇ ବୋରଡ଼ା (borda )ପୋଲିସ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ର ହାସ୍ୟ ସାହୁ ଙ୍କ ଦଳ ବଳ ଓ କେଗାଁ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ମୁକୁନ୍ଦ ଦେବ ନାୟକ, ପୋଲିସ ଟିମ ଯାଇ ସମସ୍ତ ଙ୍କୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତର ଖାନା କୁ ପଠାଇ ଥିଲେ ଏବଂ ଅଧିକ ତଦନ୍ତ କରୁଥିବା ପୋଲିସ ସୂତ୍ର ରୁ ପ୍ରକାଶ, ପ୍ରକାଶ ଥାଉକି ଏହି ପିକ ଅପ ରେ ବିବାହ ଭୋଜି ଲୋକ ଙ୍କୁ ନେବା, ଆଣିବା କେତେ ଯୁକ୍ତି ଯୁକ୍ତ ସାଧାରଣ ରେ ପ୍ରଶ୍ନ. ଏଯାଏଁ ଡ୍ରାଇଭର, ଆବଶ୍ୟକ କାଗଜ ପତ୍ର, ଡି ଏଲ, ଗାଡି ର ଆବଶ୍ୟକ ଡକୁମେଣ୍ଟ ପୋଲିସ କୁ ହସ୍ତ ଗତ ହୋଇ ନ ଥିବା ପ୍ରକାଶ, ପିକ ଅପ ଗାଡ଼ିରେ ଲୋକଙ୍କୁ ନେବା ଆଣିବା, ନିରୀହ ଜୀବନ କୁ ଦୁର୍ଘଟଣା ଘଠାଇବା ରେ ଅଞ୍ଚଳ ରେ ଏକ ଶୋକ ର ଛାୟା ଖେଳି ଯାଇଛି, ପୋଲିସ ବିଭାଗ ଏହାକୁ ଗୁରତ୍ତ ଭାବରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି. ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande