ଦୋଳବେଦୀରେ ଦୋଳଗୋବିନ୍ଦ
ପୁରୀ, ୧୪ ମାର୍ଚ୍ଚ (ହି.ସ.)- ପବିତ୍ର ଦୋଳ ପୂର୍ଣ୍ଣିମାରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ରତ୍ନ ସିଂହାସନ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ । ଏଥିସହ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳବେଦୀରେ ଭୂଦେବୀ ଶ୍ରୀଦେବୀଙ୍କ ସହିତ ଅବିର ଖେଳିଛ
ଦୋଳବେଦୀରେ ଦୋଳଗୋବିନ୍ଦ


ପୁରୀ, ୧୪ ମାର୍ଚ୍ଚ (ହି.ସ.)- ପବିତ୍ର ଦୋଳ ପୂର୍ଣ୍ଣିମାରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ରତ୍ନ ସିଂହାସନ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ । ଏଥିସହ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳବେଦୀରେ ଭୂଦେବୀ ଶ୍ରୀଦେବୀଙ୍କ ସହିତ ଅବିର ଖେଳିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ । ମହାପ୍ରଭୁଙ୍କ ଏହି ଅନନ୍ୟ ଯାତ୍ରାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରୀମନ୍ଦିର ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ଦୋଳ ଉତ୍ସବ ଏକ ପ୍ରମୁଖ ଯାତ୍ରା ।

ଆଜ୍ଞାମାଳ ପ୍ରାପ୍ତ ହୋଇ ଘଂଟ ଘଂଟା କାହାଳୀ ପଟୁଆରରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ଆସି ଅପରାହ୍ନରେ ଦୋଳବେଦିକୁ ବିଜେ କରିଥିଲେ । ଶ୍ରୀମନ୍ଦିର ଭିତରେ ୭ ଘେରା ବେଢା ପରେ ଦୋଳବେଦିରେ ୭ ଘେରା ଏବଂ ତଳେ ୭ ଘେରା ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଦକ୍ଷଣ କରିଥିଲେ । ପରମ୍ପରା ଅନୁଯାୟୀ ବନ୍ଦାପନା ପରେ ଅବିର ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବେଦପାଠ ସହ ନାମ ସଂକୀର୍ତନ କରାଯାଇଥିଲା । ଶତାଧିକ ଭକ୍ତ ଏକ ପଟୁଆରରେ ଯାଇ ଫଗୁଖେଳରେ ସାମିଲ୍ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande