ଦୋଳବେଦୀରେ ମଦନମୋହନ
ସାକ୍ଷିଗୋପାଳ, ୧୪ ମାର୍ଚ୍ଚ (ହି.ସ.)- ଆଜି ଦୋଳପୂର୍ଣ୍ଣମୀରେ ସାକ୍ଷୀଗୋପୀନାଥ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଦୋଳବେଦୀକୁ ବିଜେ କରିଛନ୍ତି ସାକ୍ଷୀଗୋପୀନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ । ଭକ୍ତ ମାନେ ଦୋଳରେ ଠାକୁରଙ୍କୁ ଦର୍ଶନ କରିବା ସହ ଅବିର ଓ ଭୋଗ ଲାଗି କରିଛନ୍ତି ।

ଦୋଳ ଉପଲକ୍ଷେ ସାକ୍ଷିଗୋପାଳଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦୋଳ ବିମାନରେ ବିଜେ କରି ଦ୍ୱାରେ ଦ୍ୱାରେ ଭୋଗ ଖାଇଥିଲେ । ହୋତାସାହି, ରଙ୍ଗଣିସାହି ଏବଂ ସେବକ ସାହି ବୁଲି ପ୍ରତି ଦ୍ୱାରରେ ଭୋଗ ଖାଇଥିଲେ । ଏହାପରେ ମନ୍ଦିର ନିକଟ ଦୋଳବେଦୀ ଠାରେ ଆଜି ପୂର୍ବାହ୍ନରେ ବିମାନରେ ମଦନ ମୋହନ ପହଂଚିବା ପରେ ସେଠାରେ ପଂକ୍ତି ଭୋଗ ଅନୁଷ୍ଠିତ ହୋଇଥିଲା । ଏହାପରେ ମେଷପୋଡି ନୀତି ସମ୍ପନ୍ନ ହୋଇଥିଲା । ଏବଂ ଠାକୁର ମନ୍ଦିରକୁ ବିଜେ କରିଥିଲେ । ପରେ ମନ୍ଦିରରେ ଦୋଳପୂର୍ଣ୍ଣମୀ ନୀତି ଆରମ୍ଭ ହୋଇଥିଲା । ଅପରାହ୍ନରେ ମଦନମୋହନ ଦୋଳବେଦୀକୁ ବିଜେ କରିଥିଲେ । ଭକ୍ତ ମାନେ ଦୋଳରେ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande