ମହିଳା ସହକାରୀ ଜିଲ୍ଲାପାଳ ଓ ପୋଲିସ ଅଫିସରଙ୍କ ରହସ୍ୟଜନକ ମୃତ୍ୟୁକୁ ବର୍ଷେ ୭ ମାସ ପୁରିଲା : ତଦନ୍ତ ଲାଗି ରାଷ୍ଟ୍ରପତି ଦେଇଥିବା ଚିଠିକୁ ମଧ୍ୟ ବେଖାତିର
ରାଉରକେଲା, ୧୪ ମାର୍ଚ୍ଚ (ହି.ସ.)- ରାଉରକେଲା ସହରରେ ବିଗତ ୧ ବର୍ଷ ୭ ମାସ ତଳେ ସେପ୍ଟେମ୍ବର ୮ତାରିଖ ୨୦୨୩ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ ଓ ପରେ ଉଦିତନଗର ଥାନାରେ କାମ କରୁଥିବା ଏଏସଆଇ ଆଲିଶା ଲୁଗୁନ ମୃତ୍ୟୁ ମାମଲାକୁ ନିଜକୁ ସୁହାଇଲା ଭଳ
ତତ୍କାଳୀନ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର


ଏଏସଆଇ ଆଲିଶା ଲୁଗୁନ ମୃତ୍ୟୁ ମାମଲା


ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ


ରାଉରକେଲା, ୧୪ ମାର୍ଚ୍ଚ (ହି.ସ.)- ରାଉରକେଲା ସହରରେ ବିଗତ ୧ ବର୍ଷ ୭ ମାସ ତଳେ ସେପ୍ଟେମ୍ବର ୮ତାରିଖ ୨୦୨୩ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ ଓ ପରେ ଉଦିତନଗର ଥାନାରେ କାମ କରୁଥିବା ଏଏସଆଇ ଆଲିଶା ଲୁଗୁନ ମୃତ୍ୟୁ ମାମଲାକୁ ନିଜକୁ ସୁହାଇଲା ଭଳି, ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଖସାଇ ଦେବାର ରାସ୍ତା କରି କ୍ଷମତାର ଦୁରୁପଯୋଗ କରି ମାମଲାକୁ ଏଣେତେଣେ ବୁଲାଇ ମୃତକ ପରିବାର ଲୋକ ମାନଙ୍କୁ ନାଲିଆଖି ଦେଖାଇ ମନ ଇଛା ତଦନ୍ତ କରି ରିପୋର୍ଟରେ ଏହାକୁ ଜଣକର ଛାନିଆରେ ମୃତ୍ୟୁ ଓ ଅନ୍ୟ ଜଣେ ଆତ୍ମହତ୍ୟା କରିଥିବା ଦେଖାଇ ଫାଇଲ ବନ୍ଦ କରି ଦିଆଯାଇଥିବା ବେଳେ ମାହାମାନ୍ୟ ରାଷ୍ଟ୍ରପତିଙ୍କ ପାଖରୁ ଏହାର ତଦନ୍ତ ଲାଗି ଆସିଥିବା ଚିଠିର ତଦନ୍ତ ରିପୋର୍ଟ କଣ ହେଲା ତାହା ଆଜିଯାଏ ଲୋକେ ଜାଣି ପାରିଲେ ନାହିଁ । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବହୁ ହୋ ହଲ୍ଲା କରୁଥିବା କିଛି ନେତା ହଠାତ ନିରବ ହେବା, ଢେଙ୍କାନାଳରୁ ଆସି ପୂର୍ବତନ ଜଣେ ବିଧାୟକ ହାଲ୍ଲା କରୁଥିବା କିଛି ନେତା ମାନଙ୍କୁ କି ଗଦ ସୁଙ୍ଘାଇ ଦେଲେ ଯେ ସେମାନେ ମଧ୍ୟ ନିରବ ହୋଇଜିବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ସେପଟେ

ବିଧାନସଭା ବାହାରେ ଭିତରେ ମହିଳାଙ୍କ ସୁରକ୍ଷାକୁ ନେଇ ବଡ ପାଟିରେ ହାଲ୍ଲା କରି ବିବାଦକୁ ଆସିଥିବା ନେତା ମାନେ ମଧ୍ୟ ଏନେଇ ସେତେବେଳେ ନିରବ ଥିବା ବେଳେ ସ୍ୱର୍ଗୀୟା ସୁସ୍ମିତାଙ୍କ ପରିବାର ବର୍ଗ ଯାହା ଅଭିଯୋଗ କରୁଥିଲେ ସେ ସମୟର ଜିଲ୍ଲାପାଳ,

ରାଉରକେଲା ଏଡିଏମ ଓ ଜଣେ ବିଡିଓ ଏହି ମୃତ୍ୟୁ ଲାଗି ସଂପୁର୍ଣ ଦାୟୀ, ସେ ଦିଗରେ ହୋଇଥିବା ତଦନ୍ତ ଆଦୌ ସନ୍ତୋଷଜନକ ନୁହେଁ। ସେଥିରେ ଅସଲ ଦୋଷୀକୁ ଘଂଟ ଘୋଡାଯାଇଛି। ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ଓ ସେତେବେଳେ ମଧ୍ୟ ଦାବି କରିଥିଲେ । ତେବେ ସେତେବେଳେ ଏହି ଘଟଣା ଓ ରାଉରକେଲାର ସେ ସମୟର ଏସପିଙ୍କୁ ନେଇ ଯାହା କୁହାଯାଉଥିଲା ଓ ସନ୍ଦେହ ହେଉଥିଲା ତାହା ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । କାରଣ ସେ ସମୟରେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ଥିଲେ,

ସେ ଯେଉଁ ଦିଗରେ ଏହାକୁ ତଦନ୍ତ କରାଉଥିଲେ ତାହା ଆଦୌ ସନ୍ତୋଷଜନକ ନଥିଲା, ମିଡିଆ ପ୍ରଶ୍ନର ସଠିକ ଉତର ଦେଉନଥିଲେ, ଯଦି

କେହି ଅଧିକା ପଚାରିଲା ତେବେ ତାଙ୍କୁ ମଧ୍ୟ ନାଲି ଆଖି ଦେଖାଉଥିଲେ ଓ ପରିବାର ଲୋକଙ୍କୁ ନିକଟସ୍ଥ ଉଦିତନଗର ପୁଲିସର ଥାନା

ବାଲାଙ୍କର ନାଲିଆଖି,ି ଏତଲା ଗ୍ରହଣ ନକରିବା, ପ୍ଲାଟଂ ସାଇଡ ପୁଲିସର କାର୍ଯ୍ୟକଳାପ ଆଦିକୁ ନେଇ ଏସପି ଙ୍କର ନିରବତା ଏହି ଦୁଇ ପରିବାରଙ୍କୁ ନ୍ୟାୟ ମିଳିବ ନାହିଁ ବୋଲି ଜଣାପଡୁଥିଲା । ଶେଷରେ ସେଇଆ ହେଲା ଜଣକର ମୃତ୍ୟୁକୁ ଆତ୍ମହତ୍ୟା ଓ ଅନ୍ୟ ଜଣେ ଛାନିଆରେ ମରିଗଲେ ବୋଲି କୁହାଗଲା। ଏହାଦ୍ୱାରା ଅଭିଯୁକ୍ତ ମାନେ ଆଶ୍ୱସ୍ତ ହେଲେ ଓ ସରକାର ବଦନାମ ରୁ ରକ୍ଷା ପାଇଲା। କିଛି ଦିନ

ପରେ ନିର୍ବାଚନ ପୂର୍ବରୁ ସେହି ଏସପି ମିତ୍ରଭାନୁ ମହାପାତ୍ର ଜଣେ ବିଜେଡିର ସମର୍ଥକ ବୋଲି ବିଜେପି ଦଳ ଲେଖିକି ଦେବାରୁ ତାଙ୍କୁ ନିର୍ବାଚନ କମିଶନ ରାଉରକେଲାରୁ ବଦଳି କରିବା ଓ ନିର୍ବାଚନରେ କୌଣସି ଦାୟିତ୍ୱ ନଦେବାକୁ ତାଗିଦ ମଧ୍ୟ କରାଯାଇଥିଲା । ସମୟାନୁକ୍ରମେ

ସରକାର ବଦଳିଲା, ନୂଆ ସରକାର ଆସିଲେ ଓ ସୁନ୍ଦରଗଡ ତଥା କୁନ୍ଦୁଝରରେ ଖଣି ଲୁଟ କରୁଥିବା ରାଜା ଚକ୍ର କଥା ପଦାକୁ ଆସିବା ସହ ବିଜେଡିର ପୂର୍ବତନ ମନ୍ତ୍ରୀ ବଦ୍ରୀ ପାତ୍ର ସେ ସମୟରେ କେନ୍ଦୁଝରରେ ଥିବା ଏସପି ମିତ୍ରଭାନୁ ମହାପାତ୍ର କେନ୍ଦୁଝରରେ ୪ରୁ ୫ ବର୍ଷ ରହି

ଖଣି ଲୁଟେରା ରାଜା ଚକ୍ରକୁ ସହଯୋଗ କରୁଥିଲେ ଓ ସେ ମଧ୍ୟ ଏହି ଲୁଟରେ ଭାଗିଦାର ବୋଲି କହିବା ପରେ ସେ ସମୟରେ ଏସପି ମିତ୍ରଭାନୁ

କେତେ ବିଜେଡି ପ୍ୟାରା ଥିଲେ ଓ ସରକାର ତଥା ସେହି ଦଳକୁ କେତେ ପ୍ରକାର ସହଯୋଗ କରୁଥିଲେ ତାହା ସ୍ପଷ୍ଟ ହୋଇଯାଇଛି । ନିର୍ବାଚନ

କମିଶନ ସେତେବେଳେ ଯାହା କରିଥିଲେ ତାହା ଠିକ ଥିଲ। ତେବେ ରାଉରକେଲାରେ ୨୦୨୩ରେ ଘଟିଥିବା ଏହି ଦୁଇ ମହିଳା ଅଧିକାରୀଙ୍କ ହତ୍ୟା ଘଟଣାକୁ ବାବୁ ମହାପାତ୍ର ଭିନ୍ନ ରୁପ ଦେଇ ସରକାରୀ ବଡ ବାବୁ ମାନଙ୍କୁ ସୁରକ୍ଷା ଦେଇଥିଲେ ଓ ସରାକାରକୁ ମଧ୍ୟ ବଦନାମରୁ ବଂଚାଇଥିଲେ ବୋଲି ଯାହା ସନ୍ଦେହ ଥିଲା ସେହି ଆଲୋଚନା ଏବେ ଯୋର ଧରିଛି । ଏଭଳି ଆଇପିଏସ ଙ୍କ ସମୟରେ ହୋଇଥିବା

ଏହି ଘଟଣାର ତଦନ୍ତ ରିପୋର୍ଟ ଆଦୌ ଗ୍ରହଣୀୟ ନୁହେଁ ବୋଲି ଏବେ ମତପ୍ରକାଶ ପାଇବା ସହ ଏହାର ସିବିଆଇ ତଦନ୍ତ କରାଯାଇ ଉଭୟ ପରିବାରଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି ହେଉଛି।

ପୂର୍ବତନ ଜିଲ୍ଲାପାଳ, ରାଉରକେଲା, ଅତିରିକ୍ତ ଜିଲ୍ଲାପାଳ ଓ ଜଣେ ବିଡିଓ ଙ୍କର ସୁସ୍ମିତାଙ୍କ ମୃତ୍ୟୁ ମାମଲାରେ ହାତ ଥିଲା ବୋଲି ମୃତା ସୁସ୍ମିତାଙ୍କ

ପରିବାର ଅଭିଯୋଗ କରୁଥିଲେ ଓ ଏସପିଙ୍କ ଚାପରେ ସେ ସମୟରେ ସବୁ ନିରବ ଥିଲେ ବୋଲି ଆଲୋଚନା ହେଉଛି। କାରଣ ଏହି ଘଟଣାକୁ କେତେକାଂଶରେ ଜାଣିଥିବା ଓ ସୁସ୍ମିତାଙ୍କ ପାଖରେ କିଛି ଦିନ ଥିବା ସ୍ୱର୍ଗୀୟା ପୁଲିସ ଏଏସଆଇ ଆଲିଶା ଲୁଗୁନ ଜଣେ ମାତ୍ର ଡ୍ରାଇଭର ସହ ଏକ ଗଣ୍ଡଗୋଳ ପାଖକୁ ଯାଇଥିବାରୁ ତାଙ୍କୁ ମଧ୍ୟ ସେହି ଗୁଣ୍ଡା ମାନଙ୍କ ଦ୍ୱାରା ମାରି ଦିଆଗଲା, କାରଣ ସେ କାଳେ ମୁହଁ ଖୋଲିବେ, ତେଣୁ ତାଙ୍କୁ ହଟେଇ ଦିଆଗଲା ବୋଲି କୁହାଯାଉଛି । ସେହି ଗଣ୍ଡଗୋଳ ମଧ୍ୟ ପ୍ରିପ୍ଲାନ ଥିଲା ବୋଲି କୁହାଯାଉଛି । ମହାନଗର ନିଗମରେ ତଳ ସ୍ତରରେ କାମ କରୁଥିବା କର୍ମଚାରୀ ମାନଙ୍କ ସହଯୋଗରେ ଏହି ହତ୍ୟା କରାଗଲା ବୋଲି ବାରମ୍ବାର କୁହାଗଲେ ବି ଏସପି ନିରବ ଥିଲେ ଓ ପାନପୋଷ ପୋଷ୍ଟମର୍ଟମ ଏସପିଙ୍କୁ ପସନ୍ଦ ହେଲାନି। ବାହାରୁ ପୋଷ୍ଟ ମର୍ଟମ କରି ଦେଖାଇ ଦେଲେ ଯେ ଛାନିଆରେ ଏଏସଆଇ ଙ୍କର ମୃତ୍ୟୁ ହୋଇଥିଲା । ମହିଳା ଏଏସଆଇ ଙ୍କ ଦେହରେ ଥିବା ମାଡ ର ଚିହ୍ନ କଥା ପରିବାର ଲୋକେ ଯେତେ କହିଲେ ବି କେହି ଶୁଣିଲେ ନାହିଁ । କୁହାଯାଉଛି

ଯେ, ଯେହେତୁ ଏମାନେ ସରକାରୀ ଅଧିକାରୀ ଥିଲେ ସେମାନଙ୍କ ପରିବାରକୁ ମିଳିବାକୁ ଥିବା ସରକାରୀ ସହଯୋଗ ଲାଗି ସମସ୍ତଙ୍କର ସାହାଜ୍ୟ

ଦରକାର ତାହା ବୁଝାଇ ଦେଇ ଦରକାର ପଡିଲେ ତମକୁ ଏଥିରେ ଛନ୍ଦା ଜିବ ବୋଲି କହି ନାଲି ଆଖି ଦେଖାଇ ଘଟଣାକୁ ରଫା ଦଫା କରାଯାଇଥିବା ଏବେ ଆଲୋଚନା ଚାଲିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ସ୍ୱର୍ଗୀୟା ସୁସ୍ମିତାଙ୍କର ପାରିବାରିକ ସମସ୍ୟା ଥିଲା। ଏନେଇ ପରିବାର ଅଦାଲତରେ ମାମଲା ମଧ୍ୟ ଚାଲିଥିଲା, ମୃତ୍ୟୁ ପୂର୍ବରୁ ଉଭୟ ସ୍ୱାମୀ ସ୍ତ୍ରୀ କୋର୍ଟରେ ଦେଖା ହୋଇ କଥା ମଧ୍ୟ ହୋଇଥିବାର ଦୃଶ୍ୟ ଅନେକ ଦେଖିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ସେ ବହୁଚର୍ଚ୍ଚିତ ରାଧୀକା ହୋଟେଲରେ ରହିବା ଓ ଅଳ୍ପ ଦୂରରେଥିବା ସାତତାଲା ଗେଟ ସମ୍ମୁଖ ପୋଖରୀରୁ ତାଙ୍କ ଶବ ମିଳିବା କଥାକୁ ସଠିକ ଦିଗରେ ତଦନ୍ତ

କରାନଯାଇ ଆତ୍ମହତ୍ୟାର ରୁପ ଦେଇ ଦିଆଗଲା ଓ ଏହି ବିଷୟରେ କିଛିଟା ସୁରାକ ପାଇଥିବା ମହିଳା ପୁଲିସ କାଳେ କିଛି ଖୋଲିଦେବ

ତେଣୁ ତାଙ୍କୁ ହତ୍ୟା କରାଗଲା ଓ ଛାନିଆ ମୃତ୍ୟୁ ବୋଲି କୁହାଗଲା ବୋଲି ଏବେ ଚର୍ଚ୍ଚା ଚାଲିଛି । ଏ ହେଉଛି ସେହି ହୋଟେଲ ଯେଉଁଠି

ମଇ ୨୯ ମାମଲା ହୋଇ ନବୀନଙ୍କ ହାତରୁ କ୍ଷମତା ଛଡାଇ ନେବା ଲାଗି ମିଟିଂ ହୋଇଥିଲା ଓ ଏହି ଠାରେ ମଧ୍ୟ ବିଜେଡି ଗଠନ ଲାଗି ପ୍ରଥମ

ମିଟିଂ ହୋଇଥିଲା । ତେବେ ସଂପୁର୍ଣ ଘଟଣା ରାଉରକେଲାରେ ହୋଇଥିବା ବେଳେ ବିଧାୟକ ସାରଦା ବାବୁ ସଂପୁର୍ଣ ନିରବ ରହିବା ତାଙ୍କର ଭୂମିକା କଣ ଥିଲା ବୋଲି ଏବେ ପ୍ରଶ୍ନ ହେଉଛି । ସମସ୍ତ ଘଟଣା ପରେ ପୁଲିସର ତଦନ୍ତ ଉପରେ ଭରଷା ନକରି ଏହାକୁ ନେଇ ପରିବାର ଲୋକେ ଓ କିଛି ବ୍ୟକ୍ତି ନ୍ୟାୟ ପାଇବା ଲାଗି ଭାରତର ମହାମହିମ ରାଷ୍ଠ୍ରପତିଙ୍କୁ ଚିଠି ଲେଖିଥିଲେ। ସେତେବେଳେ ଏସପି ଦାୟିତ୍ୱରେ ଥିବା ତଥା ବର୍ତମାନର ଆଇଜି ଏହାକୁ ତଦନ୍ତ କରୁଥିଲେ, ତେବେ ରାଷ୍ଟ୍ରପତିଙ୍କୁ କଣ ଜବାବ ଗଲା ଓ ଦୁଇ ପରିବାରଙ୍କୁ କଣ ନ୍ୟାୟ ମିଳିଲା ତାହା ଜଣାପଡିଲା ନାହିଁ । ସେତେବେଳର ଏସପି ଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ମାମଲାର ପୁର୍ନବାର ତଦନ୍ତ ଓ ସିବିଆଇ ଯାଂଚ ଲାଗି ନିର୍ଦ୍ଦେଶ ଦେବାକୁ ସରକାରଙ୍କ ପାଖରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande