ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- କଟକ ମାର୍ଚ୍ଚ ୨୭ ରୁ ୩୦ ତାରିଖ ପର୍ଯନ୍ତ ଓଡିଶା ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, କଟକ ଜାତୀୟ ଉପ କନିଷ୍ଠ ଅସିଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଓଡିଶା ଦଳ ଘୋଷଣା କରାଯାଇଛି । ଓଡିଶା ଦଳ ଚୟନ ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗରେ ଭୁବନେଶ୍ୱର ଫେନସିଙ୍ଗ ଏକାଡେମୀରେ ଗତ ୫ ରୁ ୨୫ ପର୍ଯନ୍ତ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏହି କ୍ୟାମ୍ପ ରେ ଭୁବନେଶ୍ୱର ଫେନସିଙ୍ଗ ଏକାଡେମୀ କୋଚ ସୁକାନ୍ତ ସେଠ, ନିତିନ ସ୍ୱାଇଁ, ବଲାଙ୍ଗୀର ସ୍ପୋର୍ଟ୍ସ ହଷ୍ଟେଲ କୋଚ ଅନ୍ୱେଷା ରାଉତ, ରୋଶନ ସାହୁ, ଫେନସିଙ୍ଗ ଏନ ଆଇ ଏସ କୋଚ କରିଶ୍ମା ରାଉତ, ମଣିପୁର ଏସ ଏସ ବି କୋଚ ଲେନିନ ମିତାଇ, କୋଚ ଜ୍ୟୋତି ରଞ୍ଜନ ଠାକୁର,ପରିଚାଳନା କରିଥିଲେ । କ୍ୟାମ୍ପ ରେ ମୋଟ ୩୪ ଖେଳାଳି ଯୋଗଦେଇଥିଲେ । ସେଥିମଧ୍ୟରୁ ୨୪ ଖେଳାଳିଙ୍କୁ ନେଇ ଓଡିଶା ଦଳ ଗଠନ କରାଯାଇଛି ବୋଲି ରାଜ୍ୟ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏବଂ ସାଙ୍ଗଠନିକ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ସୂଚନା ଦେଇଛନ୍ତି । ରାଜ୍ୟ ସଭାପତି ଅନଙ୍ଗ ଉଦୟ ସିଂ ଦେଓ, ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଉପ ସଭାପତି ରମେଶ ମଲ୍ଲିକ ସାଙ୍ଗଠାନିକ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ, ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଓଡିଶା ଦଳ ବାଳକ
ଲିଖିତ ବିଶ୍ୱାଳ, ନିଶାଙ୍କ ପଟେଲ, ବିଭୁତି ପଟେଲ, ଓମ ଖୋରା, ସ୍ୱାଗତ ପଟେଲ, ପଦ୍ମଲୋଚନ ନାଏକ, ଓମଶଙ୍କର ପଟେଲ, ଶୁଭମ ଯେସିଂ, ପ୍ରୋମଜୀତ ବେଶରା, ସୋମ୍ୟ ପ୍ରଧାନ, ମଣିକେଶ ନାଏକ, କାହ୍ନା ଗଡତୀୟା।
ଓଡିଶା ବାଳିକା ଦଳ
ସ୍ମୃତି ପ୍ରଭା ଅରୁଣ, ସଞ୍ଜନା ଜାଲ, ଡଲିରାଣୀ ମଝି, ଆସ୍ତକ୍ଷ ଗଜେନ୍ଦ୍ର, ସ୍ମୃତି ପ୍ରଭା ଅରୁଣ, ସାରିକା ପଟେଲ, ଶ୍ରୀୟା ଶ୍ରୁତି ପଟେଲ, ପ୍ରଜ୍ଞାଶ ମହାନ୍ତି, ଇସ୍ରିତା ମିଶ୍ର, ନମ୍ରତା ପଟେଲ, ଅମ୍ରିତା ଆଦିଯୁଆଡ,ମୁକ୍ତି ବିଶ୍ୱାଳ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା