ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିବସ, ବରଗଡ ବିଜୟୀ
ବଲାଙ୍ଗିର, 28 ମାର୍ଚ୍ଚ (ହି.ସ.) - ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ୟୁନାଇଟେଡ୍ ବରଗଡ ୭-୧ ଗୋଲରେ ଗେହ୍ଲା
ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଷଷ୍ଠ ଦିବସ, ବରଗଡ ବିଜୟୀ


ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଷଷ୍ଠ ଦିବସ, ବରଗଡ ବିଜୟୀ


ବଲାଙ୍ଗିର, 28 ମାର୍ଚ୍ଚ (ହି.ସ.) - ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ୟୁନାଇଟେଡ୍ ବରଗଡ ୭-୧ ଗୋଲରେ ଗେହ୍ଲାମା ବୌଦ୍ଧ କୁ ହରାଇ ବିଜୟୀ ହେଲା । ବଲାଙ୍ଗିର ବ୍ଲକ ବିଡିଓ ହୃଷିକେଶ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବଲାଙ୍ଗିର ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ, ଡିଆଇପିଆରଓ ସରୋଜ କୁମାର ସାହୁ, ସମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର, କ୍ରୀଡା ସଂସଦର ଉପସଭାପତି ଡ. ପ୍ରହଲ୍ଲାଦ ଶତପଥି, କମିଟିର ବରିଷ୍ଠ ଉପଦେଷ୍ଟା ଓଁକାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖେଳକୁ ସଂଜିବ ମହାରଣା, ସଞ୍ଜନ କୁଦେଇ, ଜିତେନ୍ଦ୍ର ପାତ୍ର ଓ ନରସିଂସ୍ୱାମୀ ନାଇଡୁ ପରିଚାଳନା କରିଥିଲେ । କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଖେଳାଳି ଭାଗିରଥି ମହାକୁର ଓ ଖଲିଲଉର ରହେମାନ ଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ଖେଳର ଶ୍ରେଷ୍ଠ ଖେଳାଳି ଭାବେ ବରଗଡ ଦଳର ହେଟ୍ରିକ ଗୋଲ ସ୍କୋର କରିଥିବା ଶୁଭମ ବାଗ ଙ୍କୁ ପୁରସ୍କୃତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ କମିଟିର କିଶୋର କୁମ୍ଭାର, ନିହାର ରଂଜନ ସ୍ୱାଇଁ, ଶିବ ପ୍ରସାଦ ବେହେରା, ନରସିଂ ବାଗ, ଗୁଞ୍ଜ ଖାନ, ସୁମନ ନନ୍ଦ, ସତ୍ୟ ନାଏକ ପ୍ରମୁଖ ସହଯୋଗ କରିଥିଲେ । ଶନିବାର ସିସିଏଫ୍‌ଏ ବୀରମହାରାଜପୁର ବନାମ ସିଧାଂଶୁ ଏଫ୍‌ସି ସମ୍ବଲପୁର ମଧ୍ୟରେ ଖେଳ ହେବ ବୋଲି ଫିକ୍ସର କମିଟି ସଦସ୍ୟ ପରାଶର ବାଗ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande