ଅନ୍ବେଷଣ ତରଫରୁ ବିଶ୍ବ ନାଟ୍ୟଦିବସ ପାଳିତ
ବଲାଙ୍ଗିର, 28 ମାର୍ଚ୍ଚ (ହି.ସ.) - ବଲାଙ୍ଗୀର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନ୍ବେଷଣ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ ହୋଇଯାଇଛି। ଢୋଲମୁହୁରୀ କଳା ପରିଷଦ ର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସନ୍ଦୀପ କୁମାର କୁଅଁର ଙ୍କ ସଭାପତିତ୍ବ କରିଥିବା ବେଳେ ଲୋକ ସଂସ୍
ଅନ୍ବେଷଣ ତରଫରୁ ବିଶ୍ବ ନାଟ୍ୟଦିବସ ପାଳିତ


ବଲାଙ୍ଗିର, 28 ମାର୍ଚ୍ଚ (ହି.ସ.) - ବଲାଙ୍ଗୀର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନ୍ବେଷଣ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ ହୋଇଯାଇଛି। ଢୋଲମୁହୁରୀ କଳା ପରିଷଦ ର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସନ୍ଦୀପ କୁମାର କୁଅଁର ଙ୍କ ସଭାପତିତ୍ବ କରିଥିବା ବେଳେ ଲୋକ ସଂସ୍କୃତି ଗବେଷକ ନୀଳାଞ୍ଚଳ ନନ୍ଦ, ଅର୍ଜୁନ ମୁଗ୍ରୀ,ନୃତ୍ଯ ଶିଳ୍ପୀ ସ୍ବରୂପା ସିଂ ମଂଚାସୀନ ହୋଇଥିଲେ।

ଅନ୍ବେଷଣ ର ସଂପାଦକ ପ୍ରକାଶ ଚନ୍ଦ୍ର ଥନାପତି ସ୍ବାଗତ ଭାଷଣ ଦେଇ ଅନୁଷ୍ଠାନ ର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ବଲାଙ୍ଗୀର ରେ ନାଟକର ସ୍ଥିତି ମଜଭୁତ ଥିବା ବେଳେ ମଂଚ ନାଟକ ପାଇଁ ଦର୍ଶକ ସଂଖ୍ୟା କମି ଯାଉଥିବାରୁ ସମସ୍ତେ ଉଦବେଗ ପ୍ରକାଶ କରିବା ସହ ନାଟକକୁ ଯୁଗ ଉପଯୋଗୀ କରିବାକୁ ନାଟ୍ୟକାର ମାନେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ।ଶେଷରେ ଶ୍ରୀମତୀ ବାସନ୍ତୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande