ହରିୟାଣାର ଅଶ୍ୱିନୀ କୁମାରଠୁ ଓଡିଶା ଲିକ୍ଷିତ କୁମାର ବିଶ୍ୱାଳ ପରାସ୍ତ. ବ୍ରୋଞ୍ଚ ପଦକ ହାସଲ
ଭୁବନେଶ୍ୱର, 28 ମାର୍ଚ୍ଚ (ହି.ସ.)- କଟକ ଓଡିଶା ଫେନସିଙ୍ଗ ସଂଘ ଆନୁକୂଲ୍ୟରେ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୨୬ତମ ଜାତୀୟ ଫେନସିଙ୍ଗ ଉପକନିଷ୍ଠ ପ୍ରତିଯୋଗିତା ଚାଲିଛି । ଶୁକ୍ରବାର ଏହାର ଦ୍ୱତୀୟ ଦିନ ରେ ହରିୟାଣା ପ୍ରତିଯୋଗୀ ଚମତ୍କାର ପ୍ରଦର୍ଶନ କରି ଗୋଟିଏ ସ୍ୱର୍ଣପଦକ ଦୁଇଟି ରୋପ୍ୟ ତିନୋଟି ବ୍ରୋଞ୍ଚ ପଦକ ଜିତିଛନ୍ତି। ସେହିପରି ଓଡିଶା ଇପି ଇଭେଣ୍ଟରେ ଲିଖିତ କୁମାର ବିଶ୍ୱାଳ ହରିୟାଣାର ଅଶ୍ୱିନୀ କୁମାର ଠୁ ୧୨-୧୫ରେ ପରାସ୍ତ ହୋଇ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ପଦକ ବିତରଣ ଉତ୍ସବରେ ରାଜ୍ୟ ଫେନସିଙ୍ଗ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ଉପ ସଭାପତି ରମେଶ ମଲ୍ଲିକ, ସହଦ୍ୱେ ରାଉତ ଏବଂ ସାଙ୍ଗଠନିକ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା