କଟକ /ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ଜାତୀୟ ଉପକନିଷ୍ଠ ଅସିଚାଳନା ପ୍ରତିଯୋଗିତା କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତା ୪ଦିନ ଧରି ଚାଲିବ । ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ବିଭାଗ ଓଡିଶାର ନିର୍ଦେଶକ ଦୀପଙ୍କର ମହାପାତ୍ର ଏହି ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ସେହିପରି କ୍ରୀଡା ବିଭାଗ ର ଓଏସଡି ଧୀରଜ କୁମାର ପଟ୍ଟନାୟକ, କଟକ ଜ଼ିଲ୍ଲା କ୍ରୀଡା ଅଧିକାରୀ ରଶ୍ମି ରଞ୍ଜନ ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶା ରାଜ୍ୟ ଅସିଚାଳନା ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଉପ ସଭାପତି ରମେଶ ଚନ୍ଦ୍ର ମଲ୍ଲିକ, ସାଙ୍ଗଠନିକ ସମ୍ପାଦକ ସୁମିତ ରଞ୍ଜନ ପୁରୋହିର, କୋଷାଧକ୍ଷ ନିର୍ମଳ ବିକାଶ ମହାପାତ୍ର, ସହଦ୍ୱେ ରାଉତ, ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶା ରାଜ୍ୟ ଅସିଚାଳନା ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି । ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବର୍ଗରେ ମୁକାବିଲା ହେବ । ପ୍ରତିଯୋଗିତାରେ ୨୮ଟି ରାଜ୍ୟରୁ ୭୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା