ଜୟପୁର, ୩୧ ମାର୍ଚ୍ଚ (ହି.ସ.) - ଡିପି ଏକାଡେମୀରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସପ୍ସଘ ଓ କୋରାପୁଟ ଜିଲ୍ଲା ବ୍ୟାଡମିଣ୍ଟନ ସପ୍ସଘ ପକ୍ଷରୁ ଅଣ୍ତର-୧୯ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚରେ ବାଳକ ଓ ବାଳିକାଙ୍କ ମଧ୍ୟରେ ସିଙ୍ଗଲସ,ଡବଲସ, ମିକ୍ସ ଡବଲସ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ରାଜ୍ୟ ସ୍ତରୀୟ ର?୍ୟାକିପ୍ସ ଟୁର୍ନାମେଂଟରେ ଯେଉଁ ପ୍ରତିଯୋଗୀ ମାନେ ଗତକାଲି ସେମିଫାଇନାଲ ରେ ବିଜୟ ଲାଭ କରିଥିଲେ ସେହି ଖେଳାଳୀ ମାନେ ଆଜି ଫାଇନାଲ ମ୍ୟାଚ ଖେଳିଛନ୍ତି। ଆଜିର ଫାଇନାଲ ମ୍ୟାଚର ବାଳିକା ସିଙ୍ଗଲସରେ ଅପ୍ସଶିକା ବାରିକ ଉପବିଜେତା ହୋଇଥିବା ବେଳେ ଗୀତାଶ୍ରୀ ଦେ ବିଜୟୀ ହୋଇଛନ୍ତି। ସେହିପରି ବାଳକ ସିଙ୍ଗଲସରେ ସୌମ୍ୟଜିତ ସାହୁ ଉପବିଜେତା ହୋଇଥିବା ବେଳେ ମୟଙ୍କ ଭରଦ୍ୱାଜ ବିଜୟୀ ହୋଇଛନ୍ତି। ସେହିପରି ବାଳକ ଡବଲ୍ସରେ ଶ୍ରୀୟାପ୍ସଶ ଜେନା ଓ ଶୁଭ୍ରକାନ୍ତ ମଲ୍ଲୀକ ଉପବିଜେତା ହୋଇଥିବା ବେଳେ ବାପୁନ ରାଉତ ଓ ଦିବ୍ୟମ କେଜରୀ୍ୱାଲ ବିଜୟ ଲାଭ କରିଛନ୍ତି। ସେହିପରି ମିକ୍ସ ଡବଲ୍ସରେ ଅଗସ୍ତ୍ୟା ନାୟକ ଓ ଅଦ୍ୟାପାଢୀ ଉପବିଜେତା ହୋଇଥିବା ବେଳେ ଜୟେଶ ଅଗ୍ର୍ୱାଲ ଓ ସେଟି ପ୍ରିୟା ପ୍ରଧାନ ବିଜୟ ଲାଭ କରିଛନ୍ତି। ଆଜିର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଉପ ଜିଲ୍ଲାପାଳ ଏ. ସସ୍ୟାରେଡ୍ଡୀ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଖେଳାଳୀ ମାନଙ୍କୁ ପୁରସ୍କର ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଂଟରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସପ୍ସଘର ଚିଫ ରେଫେରି ଲକ୍ଷପତି ନନ୍ଦ ଓ ପର୍ଯ୍ୟବେକ୍ଷକ ଭାବେ ସନ୍ଦିପ ମିଶ୍ର ଯୋଗ ଦେଇଥିବା ବେଳେ ୧୪ ଜଣ ରେଫେରି ନିୟୋଜିତ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ବ୍ୟାଡମିଂଟନ ସପ୍ସଘ ସପ୍ସଯୋଜକ ସନ୍ତୋଷ ବେବର୍ତା, ରାୟଗଡା ଜିଲ୍ଲା ସପ୍ସଘ ସପ୍ସପାଦକ ସୁରେଶ ଚନ୍ଦ୍ର ପଣ୍ତା, କୋରାପୁଟ ଜିଲ୍ଲା ସପ୍ସଘ ସଭାପତି ଶୈଳଶ କୁମାର ଚୌଧୁରୀ, ଓଡିଶା ରାଜ୍ୟ ବ୍ୟାଡମିଂଟନ ସପ୍ସଘ ସଦସ୍ୟ ଅଶ୍ରିତ ପଟ୍ଟନାୟକ, ବରିଷ୍ଠ ଖେଳାଳୀ ନିମାଇ ଦାସ, ଡିପି ଏକାଡେମୀ ମାଲିକ ଦେବ ଦାସ, ସନ୍ତୋଷ କୁମାର ପଣ୍ତା, ଗୌରୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।
ହନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପିକେପି