--------ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ବାଲି ବୋଝେଇ ହାଇୱା ଜବତ
କେନ୍ଦ୍ରାପଡା8 ମାର୍ଚ୍ଚ (ହି.ସ.) ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ବାଲି ଚୋରା ଚାଲାଣ ହେଉଥିବା ୨ଟି ବୋଝେଇ ହାଇୱା କୁ ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ଓ କେନ୍ଦ୍ରାପଡା ତହସିଲଦାର ତାପସ ଦେହୁରି ଜବତ କରିଥିବା ଜଣାପଡିଛି । ଶନିବାର ସକାଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉପ ଜିଲ୍ଲାପାଳ ଶ୍ରୀ ନାୟକ ଓ କ
--------ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ବାଲି ବୋଝେଇ ହାଇୱା ଜବତ


କେନ୍ଦ୍ରାପଡା8 ମାର୍ଚ୍ଚ (ହି.ସ.) ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ବାଲି ଚୋରା ଚାଲାଣ ହେଉଥିବା ୨ଟି ବୋଝେଇ ହାଇୱା କୁ ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ଓ କେନ୍ଦ୍ରାପଡା ତହସିଲଦାର ତାପସ ଦେହୁରି ଜବତ କରିଥିବା ଜଣାପଡିଛି । ଶନିବାର ସକାଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉପ ଜିଲ୍ଲାପାଳ ଶ୍ରୀ ନାୟକ ଓ କେନ୍ଦ୍ରାପଡା ତହସିଲଦାର ଶ୍ରୀ ଦେହୁରି କେନ୍ଦ୍ରାପଡା ତହସିଲ ଅଧିନ ବାରୋ ନିକଟରେ ୨ଟି ହାଇୱା ଓ ଚଉଦକୁଲାଟ ରାସ୍ତାରେ ବାଲି ବୋଝେଇ ଟ୍ରାକ୍ଟର ୨ଟି କୁ ଜବତ କରିଛନ୍ତି । ଏହିଗାଡି ୪ଟିକୁ ନିକିରାଇ ଥାନା ପୋଲିସ ଜିମା ଦିଆଯାଇ ଥିବାବେଳେ ଡ୍ରାଇଭର ୨ଜଣ ଦୈାଡି ପଳାଇ ଯାଇଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଗତକାଲି ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ରେ ବାଲି ଓ ଲଘୁ ଖଣିଜ ପଦାର୍ଥର ଚୋରା ଚାଲାଣ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande