ଅନୁବାଦକ ସୁଭାଷ ଶତପଥୀଙ୍କୁ ନବୀନଙ୍କ ଶୁଭେଚ୍ଛା
ଭୁବନେଶ୍ୱର, 8 ମାର୍ଚ୍ଚ (ହି.ସ.)- କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇବାକୁ ଥିବା ଅନୁବାଦକ ସୁଭାଷ ଶତପଥୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ନବୀନ ଲେଖିଛନ୍ତି ରସ୍କିନ ବଣ୍ଡଙ୍କ ଆତ୍ମଜୀବନୀ 'ଲୋନ୍ ଫକ୍ସ ଡ୍ୟାନ୍ସିଂ'ର ଓଡ଼ିଆ ଅନୁବାଦ 'କୋକିଶି
ଅନୁବାଦକ ସୁଭାଷ ଶତପଥୀଙ୍କୁ ନବୀନଙ୍କ ଶୁଭେଚ୍ଛା


ଭୁବନେଶ୍ୱର, 8 ମାର୍ଚ୍ଚ (ହି.ସ.)- କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇବାକୁ ଥିବା ଅନୁବାଦକ ସୁଭାଷ ଶତପଥୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ନବୀନ ଲେଖିଛନ୍ତି ରସ୍କିନ ବଣ୍ଡଙ୍କ ଆତ୍ମଜୀବନୀ 'ଲୋନ୍ ଫକ୍ସ ଡ୍ୟାନ୍ସିଂ'ର ଓଡ଼ିଆ ଅନୁବାଦ 'କୋକିଶିଆଳିର ଏକକ ନୃତ୍ୟ' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇବାକୁ ଯାଉଥିବା ବିଶିଷ୍ଟ ଲେଖକ ତଥା ଅନୁବାଦକ ସୁଭାଷ ଶତପଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଓଡ଼ିଶା ପାଇଁ ଏହା ଖୁସି ଓ ଗୌରବର ବିଷୟ। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande