Bhubaneswar, 13 ଏପ୍ରିଲ୍ (ହି.ସ.)
ଜୟପୁର,
ଜାନୁଆରୀ ୧ତାରିଖ ଦିନ ଜଣେ ବ୍ୟକ୍ତି ଙ୍କ ଠାରୁ ଟଙ୍କା ଓ ଗାଡି ଲୁଟ କରିଥିବା ଅଭିଯୋଗରେ ଆଜି ଟାଉନ ପୁଲିସ ୩ଜଣକୁ ଗିରଫ କରି କୋର୍ଟ ଚଲାଣ କରିଛି l ମିଳିଥିବା ସୂଚନା ଅନୁଯାୟୀ ଗତ ଜାନୁଆରୀ ୧ତାରିଖରେ ଖ୍ରୀଷ୍ଟିଆନ ସାହିର ଅବଲିନ ରାଜ ପାତ୍ର ଯେଇଏଲସି ପଡିଆ କୁ କାର ରେ ଯିବା ସମୟରେ ପୂର୍ବରୁ ୩ଜଣ ଦୁର୍ବୁତ୍ତ ଜଗି ବସିଥିଲେ l ଶ୍ରୀ ପାତ୍ର କୁ ମାଡ଼ ମାରିବା ସହ ତାଙ୍କ ଟଙ୍କା ଓ ଗାଡି ଛଡାଇ ନେଇଯାଇଥିଲେ l ଏନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା l ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା l ଆଜି ଟାଉନ ପୁଲିସ ଖ୍ରୀଷ୍ଟିଆନ ପେଟା ଅଞ୍ଚଳ ର ୩ଜଣ ଅଭିଯୁକ୍ତ ନରେନ୍ଦ୍ର କୁମାର ନାଗ, ୟଶନୀ ଧନଫୁଲ, ମନୋଜ କୁମାର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତ କାରି ଅଫିସର ଏସ ଆଇ ସତ୍ୟବାଦୀ ନାୟକ ପ୍ରକାଶ କରିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି